Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||

ଟେସ୍ଲାରେ ୧୦ ହଜାର ଲୋକଙ୍କୁ ଚାକିରୀ ଦେବେ ଏଲନ୍ ମସ୍କ: ଦରକାର ନାହିଁ କଲେଜ୍ ଡିଗ୍ରୀ, ହାଇସ୍କୁଲ ଶିକ୍ଷା ପରେ କରିପାରିବେ ଆବେଦନ

4/04/2021 at 4:55 PM

ନୂଆଦିଲ୍ଲୀ ୦୪/୦୪ : ଟେସ୍ଲା ସିଇଓ ଏଲନ ମସ୍କ ୨୦୨୨ରେ ନିଜ କମ୍ପାନୀରେ ୧୦ ହଜାର ଲୋକଙ୍କୁ ଚାକିରୀ ଦେବେ। ଆଶ୍ଚର୍ଯ୍ୟଜନକ କଥା ହେଲେ ଏଥିପାଇଁ କଲେଜ ଡିଗ୍ରୀ ଦରକାର ନାହିଁ। ମସ୍କ ନିଜ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କରି କହିଛନ୍ତି ଯେ ଅଷ୍ଟିନ ପାଖରେ ନିର୍ମାଣ ହେଉଥିବା ଟେସ୍ଲା ମେନୁଫେକଚରିଂ ପ୍ଲାଣ୍ଟରେ ୨୦୨୨ ସୁଦ୍ଧା ୧୦ ହଜାର ଲୋକଙ୍କୁ ଚାକିରୀ ମିଳିବ। ଏଥିପାଇଁ ପ୍ରାର୍ଥୀଙ୍କ କଲେଜ ଡିଗ୍ରୀ ଆବଶ୍ୟକ ନାହିଁ। ପ୍ରାର୍ଥୀ ହାଇସ୍କୁଲ ଶିକ୍ଷା ପରେ ପ୍ଲାଣ୍ଟରେ ଚାକିରୀ ପାଇଁ ଆବେଦନ କରିପାରିବେ। 

ଗତ ଜୁଲାଇ ମାସରେ ମସ୍କ କହିଥିଲେ ଯେ କମ୍ପାନୀର ନୂଆ ମେନୁଫେକଚରିଂ ଫାସିଲିଟି କାମ ଜୋରସୋରରେ ଚାଲିଛି। ଅଷ୍ଟିନ ଆମେରିକାନ-ଷ୍ଟେଟ୍ସମ୍ୟାନର ଏକ ରିପୋର୍ଟ ଅନୁସାରେ ଯଦି ଟେସ୍ଲା ୧୦ ହଜାର ଲୋକଙ୍କୁ ଚାକିରୀ ଦିଏ ତାହେଲେ ଏହି ସଂଖ୍ୟା କମ୍ପାନୀର ପ୍ରଥମ ଘୋଷିତ ୫ ହଜାରର ଦୁଇଗୁଣ ହେବ।

ମସ୍କ ନିଜ ଟ୍ୱିଟରେ ନୂଆ ଗିଗା ଟେକ୍ସାସରେ ଜଏନିଙ୍ଗ୍ ବେନିଫିଟକୁ ମଧ୍ୟ ଲିଷ୍ଟେଡ କରାଯାଇଛି। ସେ କହିଛନ୍ତି ଯେ ଜବ ସାଇଟ ବିମାନବନ୍ଦରରୁ ମାତ୍ର ୫ ମିନିଟ ବ୍ୟବଧାନ, ସହରରୁ ୧୫ ମିନିଟ ବ୍ୟବଧାନ ଓ କୋଲୋରାଡୋ ନଦୀର ଦକ୍ଷିଣ ପଟେ ରହିଛି। ତେବେ ମସ୍କଙ୍କ ଟ୍ୱିଟରେ ଆଉ କିଛି ଅତିରିକ୍ତ ତଥ୍ୟ ଦିଆଯାଇନାହିଁ। ମଙ୍ଗଳବାର ଦିନ ମସ୍କ ଲୋକଙ୍କୁ ନିଜ ଏୟାରସ୍ପେସ କମ୍ପାନୀ ସ୍ପେସଏକ୍ସ ପାଇଁ ଦକ୍ଷିଣ ଟେକ୍ସାସ ଯିବାକୁ କହିଥିଲେ ଓ ଏଥିପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ନିଜ ବନ୍ଧୁମାନଙ୍କୁ ମଧ୍ୟ କହିଥିଲେ। 

କମ୍ପାନୀର ଜଣେ ନିଯୁକ୍ତି ପରିଚାଳକ କହିଛନ୍ତି ଯେ କମ୍ପାନୀ ସେହି ଛାତ୍ରମାନଙ୍କୁ ଭର୍ତ୍ତି କରିବାକୁ ଚିନ୍ତା କରୁଛି ଯେଉଁମାନେ ନିଜ ଶିକ୍ଷା ଜାରି ରଖି ଟେସ୍ଲାରେ କ୍ୟାରିଅର ଆରମ୍ଭ କରିବାକୁ ଚାହୁଁଛନ୍ତି।

   Related Posts