ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କ ପ୍ରତି ଟେସ୍ଲା CEOଙ୍କ ନିରାଶାଜନକ Tweet, କହିଲେ ‘ମଣିଷ ରୂପରେ ଏକ ହତାସ୍ କଣ୍ଢେଇ’

Published By : Prameya-News7 Bureau | January 28, 2022 IST

ସାନକାର୍ଲୋସ୍ ୨୮।୧: ଘରୋଇ ବୈଦୁତିକ ବାହନ ଉତ୍ପାଦନରେ ଟେସ୍ଲା ବଦଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ GM ଓ Ford & Mdashକୁ ପ୍ରାଧାନ୍ୟ ଦେବା ସିଇଓ ଏଲନ ମସ୍କଙ୍କୁ ନିରାଶ କରିଛି। ମସ୍କ ଗୁରୁବାର ଏ ନେଇ ବାଇଡେନଙ୍କ ଏକ ଟ୍ୱିଟ୍‌ରେ କମେଣ୍ଟ କରିଥିବା ବେଳେ ରାଷ୍ଟ୍ରପତି ବାଇଡେନଙ୍କୁ ମଣିଷ ରୂପରେ ଏକ ନିରାଶ କଣ୍ଢେଇ ବୋଲି ଉଲ୍ଲେଖ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

wp:embed {"url":"https://twitter.com/POTUS/status/1486494532007079937","type":"rich","providerNameSlug":"twitter","responsive":true}
https://twitter.com/POTUS/status/1486494532007079937
/wp:embed

ବାଇଡେନ ବୁଧବାର ଜେନେରାଲ ମୋଟର୍ସଙ୍କ ଚେୟାରମେନ୍‌ ତଥା ସିଇଓ ମେରୀ ବାରାଙ୍କ ସହ ଆଲୋଚନାର ଏକ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ସେ ଉଲ୍ଲେଖ କରିଥିଲେ ଯେ ଭବିଷ୍ୟତରେ ଆମେରିକାରେ ଠିକ୍ ଏଇଆ ହିଁ ହେବ ବୋଲି ମୁଁ କହିଥିଲି। ଜିଏମ ଓ ଫୋର୍ଡ ଭଳି କମ୍ପାନୀ ଘରୋଇ ବଜାରରେ ପୂର୍ବାପେକ୍ଷା ଅଧିକ ବୈଦୁତିକ ଯାନ ନିର୍ମାଣ କରୁଛନ୍ତି। ଭିଡିଓରେ ଜେନେରାଲ ମୋଟର ସିଇଓ ମିଚିଗାନରେ ତାଙ୍କ କମ୍ପାନୀର ବୈଦୁତିକ କାର ଓ ବ୍ୟାଟେରି ସେଲ ତିଆରି ନିମନ୍ତେ ୭ ବିଲିୟନ ଡଲାର ନିବେଶ କରିଥିବା କହୁଛନ୍ତି।

wp:embed {"url":"https://twitter.com/elonmusk/status/1486758032038113281","type":"rich","providerNameSlug":"twitter","responsive":true}
https://twitter.com/elonmusk/status/1486758032038113281
/wp:embed

ଏହି ଟ୍ୱିଟ୍‌ରେ ମସ୍କ ପ୍ରଥମେ କମେଣ୍ଟ କରିଛନ୍ତି। ଯେଉଁଥିରେ ସେ ‘ଟି ରୁ ଆରମ୍ଭ ଓ ଏ ରେ ଶେଷ ମଝିରେ ଇଏସ୍ଏଲ୍’ ବୋଲି ଉଲ୍ଲେଖ କରିଥିଲେ। ପଛକୁ ଅନ୍ୟ ୟୁଜରମାନେ ଏହି ଟ୍ୱିଟ୍‌ରେ କମେଟ୍‌ କରିଥିବା ବେଳେ ଦେଶରେ ଜେନେରାଲ ମୋଟର ଓ ଫୋର୍ଡ କେତେ ବୈଦୁତିକ ଯାନ ନିର୍ମାଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଏଥିରେ  ଜଣେ ୟୁଜର ପାଗଳାମୀ ଏବେ ଆମେରିକାର ଅଂଶ ପାଲଟି ସାରିଥିବା ଉଲ୍ଲେଖ କରିଛନ୍ତି। ଏହା ଯେପରି ମିଥ୍ୟା ସେପରି ଅମୂଳକ ବୋଲି ଲୋକେ ଉଲ୍ଲେଖ କରିଥିବା ବେଳେ ଏଥିଲାଗି ବାଇଡେନ ଓ ମେରୀ ବାରାଙ୍କୁ ଲଜ୍ଜାଲାଗିବା ଦରକାର ବୋଲି ଲେଖିଛନ୍ତି।

{"id":580701,"sizeSlug":"full","linkDestination":"none"}

ଜନୈକ ଟ୍ୱିଟର ୟୁଜର ସିଏନବିସିଙ୍କ ଏକ ରିପୋର୍ଟ  ସ୍କ୍ରିନସଟ୍‌ ପୋଷ୍ଟ କରିବା ପରେ ମସ୍କ ଜେନେରାଲ ମୋଟରଙ୍କୁ ମଧ୍ୟ ଛାଡି ନାହାନ୍ତି। ରିପୋର୍ଟରେ ୨୦୨୫ ବେଳକୁ ଜେନେରାଲ ମୋଟର ବୈଦୁତିକ ବାହନ ବିକ୍ରିରେ ଟେସ୍ଲାଙ୍କୁ ପଛରେ ପକାଇ ଦେଇଥିବେ ବୋଲି ଉଲ୍ଲେଖ ଥିଲା। ଯେଉଁ କମ୍ପାନୀ ଗତ ତ୍ରୈମାସିକରେ ମାତ୍ର ୨୬ଟି ଇଭି ବିକିଛନ୍ତି ତାଙ୍କ ବ୍ୟବସାୟୀକ ବୃଦ୍ଧି ନେଇ ଏପରି ଅବାନ୍ତର ରିପୋର୍ଟରେ ମସ୍କ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଯେଉଁଥିରେ ସେମାନଙ୍କ ବିକାଶ ଲାଗି ନିଶ୍ଚିତ ରୂପେ କିଛି ସ୍ଥାନ ଖାଲି ରହୁଥିବା ମସ୍କ ଲେଖିଥିଲେ।

{"id":580705,"sizeSlug":"full","linkDestination":"none"}

ତେବେ ରାଷ୍ଟ୍ରପତି ବିଡେନଙ୍କ ପ୍ରତି ମସ୍କ ଏପରି ମତ ଓ ମନ୍ତବ୍ୟ ଦେବା କିଛି ନୂଆ କଥା ନୁହେଁ। କେବଳ ବାଇଡେନ ନୁହନ୍ତି ୨୦୧୬ରେ ଟ୍ରମ୍ପଙ୍କ ପ୍ରତି ମଧ୍ୟ ମସ୍କ କଡାମନ୍ତବ୍ୟ ଦେଇଥିଲେ। ୭୦ ବର୍ଷ ବୟସ୍କ ଏହି ବ୍ୟକ୍ତି ଆମେରିକା ରାଷ୍ଟ୍ରପତି ହେବାକୁ ଯୋଗ୍ୟ ନୁହନ୍ତି ବୋଲି କହିଥିଲେ। ସେ ସିଲିକନ ଭେଲିର ବ୍ୟବସାୟୀ ଗୋଷ୍ଠୀଙ୍କ ଭଳି ପ୍ୟାରିସ ଜଳବାୟୁ ବୁଝାମଣାରୁ ବାହାରି ଆସିବା ଲାଗି ଟ୍ରମ୍ପ ପ୍ରଶାସନଙ୍କ ନିଷ୍ପତ୍ତିରେ ମସ୍କ ମଧ୍ୟ ଅସନ୍ତୁଷ୍ଟ ଥିଲେ। ତେବେ ସେ ଅନେକ ଥର ଟ୍ରମ୍ପଙ୍କ ସପକ୍ଷରେ ବି  ମସ୍କ ଆସିଥିବାର ନଜିର ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.