ପାକିସ୍ତାନର GDPରୁ ବି ଅଧିକ ହେଲା ଏଲନ ମସ୍କଙ୍କ ସମ୍ପତ୍ତି, ନେଟୱର୍ଥରେ ଯୋଡି ହେଲା ଆଉ ୩୬ ବିଲିୟନ ଡଲାର, ପଛେଇଲେ ବେଜୋସ୍

Published By : Prameya-News7 Bureau | November 06, 2021 IST

ବିଶ୍ୱର ଅନ୍ୟତମ ଧନିକ ବ୍ୟକ୍ତି ତଥା ଆମେରିକୀୟ ଇଲେକ୍ଟ୍ରିକ୍ କାର କମ୍ପାନୀ ଟେସ୍ଲାର ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ଏଲନ ମସ୍କଙ୍କ ସମ୍ପତ୍ତି ଏବେ ଦିନକୁ ଦୁଇଗୁଣା ରାତିକୁ ୪ଗୁଣା ହାରରେ ବଢିବାରେ ଲାଗିଛି। ମସ୍କଙ୍କ ମୋଟ ସମ୍ପତ୍ତିର ପରିମାଣ ଏବେ ପାକିସ୍ତାନର ଜିଡିପିକୁ ବି ବଳେଇ ଯାଇଛି। ଆମେରିକୀୟ ସାମ୍ବାଦିକ ଏଡୱର୍ଡ ଲୁସ୍‌  ମସ୍କଙ୍କ ସମ୍ପତ୍ତିକୁ ବୁଧବାର ପାକିସ୍ତାନର ଜିଡିପିକୁ ତୁଳନା କରିଥିଲେ। ୟାହା ଏବେ ବିଶ୍ୱରେ ଶିରୋନାମା ପାଲଟି ଯାଇଛି। 

{"id":539617,"width":843,"height":474,"sizeSlug":"full","linkDestination":"none"}

ଗଣମାଧ୍ୟମ ରିପୋର୍ଟକୁ ଗ୍ରହଣ କରାଗଲେ ତାଙ୍କ ନେଟ୍‌ ୱାର୍ଥ ଖୁବ୍ ଶୀଘ୍ର ୩୦୦ ବିଲିୟନ ଡଲାରକୁ ପହଞ୍ଚିବ ବୋଲି ଆକଳନ କରାଯାଉଛି। ତେବେ ବର୍ତ୍ତମାନ ତାଙ୍କର ନେଟୱର୍ଥ ୨୯୨ ବିଲିୟନ ଡଲାର ରହିଛି। ୨୦୨୦-୨୧ରେ ପାକିସ୍ତାନର ଜିଡିପି ବର୍ତ୍ତମାନର ବଜାର ଦର ଅନୁସାରେ ୨୮୦ ବିଲିୟନ ଡଲାର। ଗତ ଅକ୍ଟୋବର ୨୫ ତାରିଖ ଦିନ ମସ୍କଙ୍କ ନେଟୱର୍ଥରେ ୩୬ ବିଲିୟନ ଡଲାର ବୃଦ୍ଧି ହୋଇ ୨୯୨ ବିଲିୟନ ଡଲାରକୁ ଛୁଇଁଛି। ଫଳରେ ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ପାକିସ୍ତାନର ଜଡିପିକୁ ଟପି ଯାଇଛି।

ଆମେରିକୀୟ କାର ରେଣ୍ଟାଲ କମ୍ପାନୀ ହର୍ଜ ଗ୍ଲୋବାଲ ହୋଲ୍ଡିଂସ୍ ଇଂକ୍ ଟେସଲାଙ୍କୁ ୧ ଲକ୍ଷ କାର କିଣିବାକୁ ଅର୍ଡର ଦେଇଛନ୍ତି। ଫଳରେ ବିଶ୍ୱର ପ୍ରମୁଖ ଧନିକ ଜେଫ ବେଜୋସ ଏବେ ବିଲିୟୋନେୟାର ଇଣ୍ଡେକ୍ସରେ ମସ୍କଙ୍କ ପଛକୁ ଖସିଯାଇଛନ୍ତି। ବେଜୋସଙ୍କ ମୋଟ ସମ୍ପତ୍ତି ପରିମାଣରୁ ମସ୍କଙ୍କ ସମ୍ପତ୍ତି ୧୦୦ ବିଲିୟନ ଡଲାରରୁ ବି ଅଧିକ ହୋଇଯାଇଛି।

{"id":539618,"sizeSlug":"full","linkDestination":"none"}

ଏଥିରେ ମସ୍କଙ୍କ ସମ୍ପତ୍ତି ବିଶ୍ୱର ଅନ୍ୟତମ କାର ନିର୍ମାତା ଟୟୋଟାଙ୍କ ମାର୍କେଟ୍‌ କ୍ୟାପ୍‌ରୁ ବି ଅଧିକ ହୋଇଯାଇଛି। ଟୟୋଟାର ବର୍ତ୍ତମାନ ବଜାର ପୁଞ୍ଜି ୨୮୩ ବିଲିୟନ ଡଲାର ହୋଇଥିବା ବେଳେ ମସ୍କଙ୍କ ସମ୍ପତ୍ତି ୨୯୨ ବିଲିୟନକୁ ପହଞ୍ଚି ଯାଇଛି। ଏହି ସମୟରେ ମସ୍କଙ୍କ ଟେସଲାର ମାର୍କେଟ୍‌ କ୍ୟାପ୍‌ ୧ ଲକ୍ଷ କୋଟି ଡଲାରରେ ପହଞ୍ଚିବା ସହ ବିଶ୍ୱର ସବୁଠୁ ଧନି କମ୍ପାନୀରେ ପରିଣତ ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.