ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ସୂଚୀର ଶୀର୍ଷରେ ଆଉ ନାହାନ୍ତି ଏଲନ୍ ମସ୍କ: ଗୋଟିଏ ଟ୍ୱିଟରୁ ବୁଡିଗଲା ୧୫.୨ ବିଲିୟନ୍ ଡଲାର୍

Published By : Prameya-News7 Bureau | February 23, 2021 IST

ନୂଆଦିଲ୍ଲୀ ୨୩/୦୨ : ଆମେରିକୀୟ କାର ନିର୍ମାତା କମ୍ପାନୀ ଟେସ୍ଲା ଓ ସ୍ପେସଏକ୍ସର ମାଲିକ ଏଲନ ମସ୍କ ଆଉ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ନାହାନ୍ତି। ସୋମବାର ଦିନ ଟେସ୍ଲା ସେୟାର ୮.୬ ପ୍ରତିଶତ ହ୍ରାସ ପାଇଛି। ଏହାପରେ ଏଲନ ମସ୍କ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇ ରହିନାହାନ୍ତି। ଏଲନ ମସ୍କଙ୍କ ସମ୍ପତ୍ତି ୧୫.୨ ବିଲିୟନ ଡଲାର ହ୍ରାସ ପାଇଛି। ମସ୍କ ବିଟକଏନ Bitcoin ରେ ଲଗାଇଥିବା ଷ୍ଟକ ଓଲଟିଗଲା। ସେ ବି ତାଙ୍କର ଏକ ଟ୍ୱିଟ ଯୋଗୁଁ।

କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ ମସ୍କ Bitcoin କିଣୁଛନ୍ତି। ଏହାପରେ Bitcoin ରେକର୍ଡ ସ୍ଥରକୁ ଛୁଇଁଥିଲା। କିନ୍ତୁ Bitcoin ବର୍ତ୍ତମାନ ଖସି ଯାଇଛି। ଯାହାଫଳରେ ମସ୍କଙ୍କର ବହୁତ କ୍ଷତି ହୋଇଛି।

ମସ୍କ ଟ୍ୱିଟରରେ ଏକ କମେଣ୍ଟ କରିଥିଲେ। ଏହି କମେଣ୍ଟ ପରେ Bitcoin ଦର ହ୍ରାସ ପାଇଥିଲା। ସେ କହିଥିଲେ Bitcoin ଓ Ether ଦର ବହୁତ ରହିଛି। ଏହାପରେ ସୋମବାର ଦିନ ଟେସ୍ଲା ସେୟାରରେ ୮.୫ ପ୍ରତିଶତ ହ୍ରାସ ପାଇଛି। ଫଳରେ ମସ୍କଙ୍କ ସମ୍ପତ୍ତି ୧୫ ବିଲିୟନ ଡଲାର ହ୍ରାସ ପାଇଛି। ଏଲନ ମସ୍କ ନିଜର ପ୍ରିୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟରରେ କହିଥିଲେ ଯେ ଟେସ୍ଲା Bitcoin ରେ ୧.୫ ବିଲିୟନ ଡଲାର ନିବେଶ କରିଛି।

ଏହା ପୂର୍ବରୁ ମସ୍କ ମାସର ପ୍ରଥମ ସୋମବାର ଦିନ ଟ୍ୱିଟ୍ କରିଥିଲେ ଯେ କମ୍ପାନୀର ମଡେଲ Y ଷ୍ଟାଣ୍ଡାର୍ଡ ରେଞ୍ଜ SUV ଏବେ ବି ଅଫଲାଇନ ମିଳିବ। ଇଲେକ୍ଟ୍ରିକ ଯାନବାହାନ ନ୍ୟୁଜ ୱେବସାଇଟ Electrek ର ଏକ ରିପୋର୍ଟରେ ଜବାବ ଦେଇଥିଲେ ଯେ ଏହି କାର ତାଙ୍କର ଅନଲାଇନ ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି।

ମସ୍କ ବର୍ତ୍ତମାନ ୧୮୩.୪ ବିଲିୟନ ଡଲାର ସମ୍ପତ୍ତି ସହ ଦୁନିଆର ୫୦୦ ସବୁଠାରୁ ଧନୀ ବ୍ୟକ୍ତିଙ୍କ ସୂଚୀ ବ୍ଲୁମବର୍ଗ ବିଲିୟନେର୍ସ ସୂଚୀରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଆମାଜନ ଫାଉଣ୍ଡର ଜେଫ ବେଯୋଶ ପୁଣିଥରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି।

ଏଲନ ମସ୍କଙ୍କ ରାକେଟ କମ୍ପାନୀ ସ୍ପେସଏକ୍ସ ଚଳିତ ମାସରେ ନିବେଶକଙ୍କ ସମୂହ ସେକ୍ୱିଆ କ୍ୟାପିଟାଲରୁ ୮୫୦ ମିଲିୟନ ଡଲାର ନିବେଶ କରିଛନ୍ତି। ଏହାପରେ ମସ୍କଙ୍କ ସମ୍ପତ୍ତିରେ ୧୧୦୦ କୋଟି ଡଲାର ବୃଦ୍ଧି ପାଇଛି। ଇଣ୍ଡେକ୍ସ ଅନୁସାରେ କମ୍ପାନୀର ରାଉଣ୍ଡ ଭେଲ୍ୟୁ ପାଖାପାଖି ୭୪ ବିଲିୟନ ଡଲାର। ଅଗଷ୍ଟ ତୁଳନାରେ ୬୦ ପ୍ରତିଶତ ବୃଦ୍ଧି ପାଇଛି। ମସ୍କଙ୍କ ମୋଟ ସମ୍ପତ୍ତି ପାଖାପାଖି ୧୧ ବିଲିୟନ ଡଲାର ବୃଦ୍ଧି ପାଇ ୧୪.୮୦ ଲକ୍ଷ କୋଟି ହୋଇଛି। ଗତ ୨୪ ଘଣ୍ଟାରେ ତାଙ୍କ ସମ୍ପତ୍ତି ୯୨୦ କୋଟି ଡଲାର ବଢିଛି। ଚଳିତ ବର୍ଷ ଏଯାଏଁ ତାଙ୍କ ସମ୍ପତ୍ତି ୩୦୨୦ କୋଟି ବୃଦ୍ଧି ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.