ସଙ୍କେତ ଦେଲେ ଏଲନ୍‌ ମସ୍କ, ଭାରତରେ ପ୍ରତିଷ୍ଠା ହୋଇପାରେ ଟେସଲାର ଉତ୍ପାଦନ ପ୍ଲାଣ୍ଟ

Published By : Prameya-News7 Bureau | July 24, 2021 IST

ନୂଆଦିଲ୍ଲୀ ୨୪/୭: ଆମେରିକୀୟ କମ୍ପାନୀ ଟେସ୍‌ଲା ଭାରତରେ ମ୍ୟାନୁଫ୍ୟାକ୍ଚରିଂ (ଉତ୍ପାଦନ) ପ୍ଲାଣ୍ଟ ନିର୍ମାଣ କରିପାରେ। ଏନେଇ ସଂକେତ ଦେଇଛନ୍ତି ଟେସ୍‌ଲା ସିଇଓ ଏଲନ ମସ୍କ। ଏହା ପୂର୍ବରୁ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଭାରତରେ ଟେସ୍‌ଲା ପ୍ଲାଣ୍ଟ ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲେ। ଏହା ସହ ଭାରତକୁ ଆସିବାର ଫାଇଦା ସମ୍ପର୍କରେ କହିଥିଲେ କେନ୍ଦ୍ରମନ୍ତ୍ରୀ।

ଇଲେକଟ୍ରିକ୍‌ କାର ନିର୍ମାତା ଟେସଲାର ସିଇଓ ଏଲନ ମସ୍କଙ୍କୁ ଟ୍ବିଟର ଜରିଆରେ ପଚରାଯାଇଥିଲା, ସ୍ଥାନୀୟ ସ୍ତରରେ କମ୍ପାନୀର କିଛି ଯୋଜନା ଅଛି କି ? ଏହାର ଜାବାବରେ ସେ କହିଛନ୍ତି, ଯଦି ଭାରତରେ ଆମଦାନୀ ଗାଡ଼ି ଦ୍ବାରା ସଫଳତା ମିଳେ ତେବେ ପରେ ଉତ୍ପାଦନ ପ୍ଲାଣ୍ଟ ଲଗାଇବା ଉପ​‌ରେ ବିଚାର କରାଯାଇପାରେ। ଏବେ ଭାରତରେ ଆମଦାନୀ ଶୁଳ୍କ ବିଶ୍ବରେ ସବୁଠୁ ଅଧିକ ବୋଲି ମସ୍କ କହିଛନ୍ତି। ଏହା ସହ ଇଲେକ୍ଟିକ୍‌ ଗାଡ଼ି ଉପରେ ଶୁଳ୍କ ହ୍ରାସ ହୋଇପାରେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

wp:embed {"url":"https://twitter.com/elonmusk/status/1418656085267865602","type":"rich","providerNameSlug":"twitter","responsive":true,"className":""}
https://twitter.com/elonmusk/status/1418656085267865602
/wp:embed wp:embed {"url":"https://twitter.com/elonmusk/status/1418641920595791872","type":"rich","providerNameSlug":"twitter","responsive":true,"className":""}
https://twitter.com/elonmusk/status/1418641920595791872
/wp:embed

ଏବେ ୪୦ ହଜାର ଡଲାରରୁ ଅଧିକ ଦାମୀ ଗାଡ଼ି ଉପରେ ଇମ୍ପୋର୍ଟେଡ୍‌ କାର ଉପରେ ସିଆଇଏଫ୍‌ ସହ ୧୦୦ ପ୍ରତିଶତ ଆମଦାନୀ ଶୁଳ୍କ ଲାଗାଉଛି ଭାରତ ।  ଏହାଠୁ କମ୍‌ ଦାମର ଗାଡ଼ିରେ ୬୦ ପ୍ରତିଶତରୁ କମ୍‌ ଆମଦାନୀ ଶୁଳ୍କ ଲାଗୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.