ପ୍ରତିଶ୍ରୁତି ପୁରଣ କଲେ ଏଲନ ମସ୍କ, ତାଙ୍କ Tesla ସେୟାରରୁ ୧୦% ବିକିଲେ

Published By : Prameya-News7 Bureau | November 11, 2021 IST

ସାନକାର୍ଲୋସ୍ : ପ୍ରତିଶ୍ରୁତି ପୂରଣ କରିଛନ୍ତି ଟେସ୍ଲା ସିଇଓ ଏଲନ ମସ୍କ। ସେ ଟେସ୍ଲାର ୧.୧ ବିଲିୟନ ସେୟାରରୁ ୯ଲକ୍ଷ ୩୦ ହଜାର ସେୟାର ବିକି ଦେଇଛନ୍ତି। ଯାହା ତାଙ୍କ ମୋଟ ଷ୍ଟକର ୧୦ ପ୍ରତିଶତ। ଏହା ବାଦେ ତାଙ୍କ ନିକଟରେ ଏବେବି ଟେସ୍ଲାର ୧୭୦  ମିଲିୟନରୁ ବି ଅଧିକ ସେୟାର ରହିଛି। ଟେସ୍ଲା ସିଇଓ କିଛିଦିନ ପୂର୍ବେ ତାଙ୍କ ଟ୍ୱିଟ୍‌ରେ ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ତାଙ୍କ ଫଲୋଅରଙ୍କ ଲାଗି ଏକ ପୋଲ ପୋଷ୍ଟ କରିଥିଲେ। ଏଥିରେ ସେ କମ୍ପାନୀରେ ଥିବା ତାଙ୍କ ସେୟାରର ୧୦ ପ୍ରତିଶତ ବିକିଦେବା ଆବଶ୍ୟକ କି ବୋଲି ଫଲୋଅରଙ୍କ ରାୟ ଜାଣିବାକୁ ଚାହିଁଥିଲେ।

wp:embed {"url":"https://twitter.com/elonmusk/status/1457064697782489088","type":"rich","providerNameSlug":"twitter","responsive":true}
https://twitter.com/elonmusk/status/1457064697782489088
/wp:embed

ଏହି ପୋଷ୍ଟରେ ସେ ଏହାବି ଉଲ୍ଲେଖ କରିଥିଲେ ଯେ ଏହି ପୋଲରୁ ଫଳାଫଳ ଯାହାବି ଆସିବ ସେ ତାକୁ ନିଶ୍ଚିତ ପାଳନ କରିବେ। ସେଇଆ ହିଁ ହେଲା। ଫଲୋଅରମାନେ ତାଙ୍କ ସେୟାରରୁ ୧୦ ପ୍ରତିଶତ ବିକିଦେବା ଆବଶ୍ୟକ ବୋଲି ମତଦାନ କରିଥିଲେ। ସେହି ଅନୁସାରେ ସେ ଟେସ୍ଲା ସେୟାରରୁ ୯ଲକ୍ଷ ୩୦ ହଜାର ସେୟାର ବିକିଛନ୍ତି। କେତେକ ଡେମୋକ୍ରାଟ ଅବାସ୍ତବିକ ପୁଞ୍ଜିଗତ ଲାଭ ଉପରେ କର ବସାଇ ଆମେରିକାର ଧନୀକଙ୍କ ଠାରୁ ନୂଆ ଶୁଳ୍କ ଆଦାୟ କରିବାକୁ ଚାହୁଁଛନ୍ତି। ଏହିକ୍ରମରେ ବିଲିୟୋନେୟରଙ୍କ ଉପରେ କର ବଢାଇବା ଲାଗି ୱାସିଂଟନର ନିଷ୍ପତି ପରିପ୍ରେକ୍ଷୀରେ ମସ୍କ ଏହି ପୋଲ ପୋଷ୍ଟ କରିଥିଲେ।

wp:embed {"url":"https://twitter.com/elonmusk/status/1457066048944066565","type":"rich","providerNameSlug":"twitter","responsive":true}
https://twitter.com/elonmusk/status/1457066048944066565
/wp:embed

ଏଣୁ କରରୁ ବର୍ତ୍ତିବା ଲାଗି ଆମେରିକୀୟ ଧନିକମାନେ ଏବେ ନାନା ଉପାୟ କରୁଛନ୍ତି। ଏଥିରେ ମୁଁ  ମୋର ଟେସ୍ଲା ସେୟାରରୁ ୧୦ ପ୍ରତିଶତ ବିକିବାକୁ ପ୍ରସ୍ତାବ କରୁଛି ବୋଲି ଏଲନ ମସ୍କ ଉଲ୍ଲେଖ କରିଥିଲେ। ଏହାକୁ ଆପଣମାନେ ସମର୍ଥନ କରନ୍ତି କି ବୋଲି ମସ୍କ ତାଙ୍କ ଫଲୋଅରଙ୍କ ରାୟ ଚାହିଁଥିଲେ। ଏଥିରେ ବହୁମତ ମସ୍କଙ୍କ ସପକ୍ଷରେ ଆସିଥିଲା। ଯେଉଁଥିରେ କମ୍ପାନୀରେ ତାଙ୍କର ମୋଟ ସେୟାରରୁ ୧୦ ପ୍ରତିଶତ ବିକିବା ଲାଗି ଲୋକେ ସମର୍ଥନ କରିଥିଲେ। ଏଥିରେ ମୋଟ ସାଢେ ୩ଲକ୍ଷ ଭୋଟ ପଡିଥିଲା। ଏଥିରେ ୫୭.୯ ପ୍ରତିଶତ ଲୋକେ ସେୟାର ବିକ୍ରି ସପକ୍ଷରେ ମତଦାନ କରିଥିବା ବେଳେ ୪୨.୧ ପ୍ରତିଶତ ସହମତ ହୋଇନଥିଲେ।

wp:embed {"url":"https://twitter.com/elonmusk/status/1457067398712942592","type":"rich","providerNameSlug":"twitter","responsive":true}
https://twitter.com/elonmusk/status/1457067398712942592
/wp:embed

ସମ୍ବାଦ ସରବରାହ ସଂସ୍ଥା ରୟଟର୍ସଙ୍କ ଅନୁସାରେ ମସ୍କଙ୍କ ନିକଟରେ ଟେସ୍ଲାର ୧୭୦.୫ମିଲିୟନ ସେୟାର୍ସ ଥିଲା। ତଥାକଥିତ ବିଲିୟୋନେୟର ଆୟକର କେବଳ ସେହି ୭୦୦ ଜଣ ଧନିକଙ୍କ ଲାଗି ଲାଗୁ ହେବ ଯେଉଁମାନଙ୍କର ଲଗାତାର ୩ ବର୍ଷ ହେଲା ସମ୍ପତ୍ତି ୧ ବିଲିୟନ ଅଥବା ୧୦୦ ମିଲିୟନ ଡଲାର ଆୟ କରୁଛନ୍ତି। ଯଦି ପ୍ରସ୍ତାବ ଗୃହୀତ ହୁଏ ତେବେ ଆମେରିକା ସରକାର ଶହଶହ କୋଟି ଡଲାର ଶୁଳ୍କ ଆୟ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.