Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ସୋସିଆଲ ମିଡ଼ିଆରେ ନିଆଁ ଲଗାଇଲା ଏଲି ଅବ୍ରାମଙ୍କ ଡ୍ୟାନ୍ସ ଭିଡିଓ

18/05/2020 at 11:28 AM

ମୁମ୍ବାଇ ୧୮/୦୫ : ଲକ ଡାଉନ ଯୋଗୁଁ ସାଧାରଣ ଜନତାଙ୍କ ସହ ବଲିଉଡ ତାରକା ମଧ୍ୟ ଘରେ ବନ୍ଦୀ ହୋଇ ଅଛନ୍ତି | ଜିମ, ପାର୍କ, ସୁଇମିଙ୍ଗ ପୁଲ ଆଦି ବନ୍ଦ ଥିବାରୁ ସେଲିବ୍ରିଟିମାନେ ନିଜ ଘରେ ବ୍ୟାୟାମ ଯୋଗ କରୁଛନ୍ତି | ଘରେ ସେମାନେ ନିଜର ଫିଟନେସ ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି | କିଛି ସେଲିବ୍ରିଟି ବାରମ୍ବାର ଲୋକଙ୍କୁ ସଚେତନା ବାର୍ତ୍ତା ଦେଉଛନ୍ତି | ଆଉ କିଛି ସେଲିବ୍ରିଟି ଲୋକଙ୍କ ମନୋରଞ୍ଜନ ମଧ୍ୟ କରୁଛନ୍ତି | ଅଭିନେତ୍ରୀ ଏଲି ଅବ୍ରାମ କିଛି ଦିନ ହେଲା ଇନ୍ସଟାଗ୍ରାମରେ ନିଜର ଭିଡିଓ ସେୟାର କରି ଲୋକଙ୍କ ମନୋରଞ୍ଜନ କରୁଛନ୍ତି | ତାଙ୍କର ଲେଟେଷ୍ଟ ଭିଡିଓ ପ୍ରଶଂସକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହୋଇଛି | ଭିଡିଓରେ ଏଲି ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି | ଭିଡିଓ ସେୟାର କରି ସେ ଲେଖିଛନ୍ତି ବାଲାନ୍ସ କରିବା ନିହାତି ଜରୁରୀ | 

ଏହା ପୂର୍ବରୁ ମଧ୍ୟ ଏଲିଙ୍କର ଗୋଟିଏ ଭିଡିଓ ଭାଇରାଲ ହୋଇଥିଲା | ଏହି ଭିଡିଓରେ ଏଲି ଘର କାମ କରିବାକୁ ଚେଷ୍ଟା କରୁଥିଲେ କିନ୍ତୁ କରିପାରୁନଥିଲେ | କାରଣ ଘର ସଫା କରିବାକୁ ପୋଛିବା ଆରମ୍ଭ କରୁ କରୁ ସେ ଡ୍ୟାନ୍ସ କରିବା ଆରମ୍ଭ କରିଦେଇଥିଲେ | ଏହା ପୂର୍ବରୁ ତାଙ୍କର ଏକ ଟିକଟକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଗୁପଚୁପ ପ୍ରତି ଥିବା ତାଙ୍କର ଦୁର୍ବଳତା ଦର୍ଶାଇଥିଲେ |

ଏଲି ନିଜର ଅଭିନୟ କ୍ୟାରିଅର ସ୍ୱିଡ଼େନରୁ ଆରମ୍ଭ କରିଥିଲେ | ତାଙ୍କର ପ୍ରଥମ ସ୍ୱିଡ଼ିସ ଫିଲ୍ମ ଅପରାଧ ଭିତ୍ତିକ ରୋମାଣ୍ଟିକ ଡ୍ରାମା ଥିଲା | ପିଲାଦିନୁ ହିଁ ସେ ବଲିଉଡରେ କାମ କରିବାକୁ ଇଛା ରଖିଥିଲେ | ବଲିଉଡ ଅଭିନେତ୍ରୀ ହେବା ଇଛାରେ ସେ ସ୍ୱିଡ଼େନ ଛାଡି ୨୦୧୨ ମସିହାରେ ଭାରତକୁ ଆସିଥିଲେ | ଏଲି ବିଗ ବସ ସିଜନ-୭ରେ ଭାଗ ନେଇଥିଲେ | ବିଗ ବସ ପରେ ସେ ଚର୍ଚ୍ଚାକୁ ଆସିଥିଲେ |

୨୦୧୩ ମସିହାରେ ମଣିଷ ପାଲଙ୍କ ସହ ବଲିଉଡ ଫିଲ୍ମ ମିକ୍କୀ ଭାଇରସ ଜରିଆରେ ସେ ଡେବ୍ୟୁ କରିଥିଲେ | ନିକଟରେ ମୋହିତ ସୁରିଙ୍କ ଫିଲ୍ମ ମଲଙ୍ଗରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା | ଏହି ଫିଲ୍ମରେ ଏଲିଙ୍କ ଛଡା ଅନିଲ କପୁର, ଦିଶା ପଟାନି, ଆଦିତ୍ୟ ରାୟ କପୁର, କୁନାଲ ଖେମୁ ମଧ୍ୟ ଅଭିନୟ କରିଥିଲେ | ଫିଲ୍ମଟି ବକ୍ସ ଅଫିସରେ କିଛି ଖାସ ପ୍ରଦର୍ଶନ କରିପାରିନଥିଲା |

   Related Posts