କୋଲକାତା: ସୋସାଲ ମିଡିଆ ଲାଗି ରାତାରାତ ବଲିଉଡରେ ପହଞ୍ଚିଥିବା ପ୍ଲାଟଫର୍ମ ସିଙ୍ଗର ରାନୁ ମଣ୍ଡଲଙ୍କ ପାରିବାରିକ ସମସ୍ୟା ଏବେ ମିଡିଆରେ ଚର୍ଚ୍ଚା ହେବାରେ ଲାଗିଲାଣି। କୁ ଆସିବାରେ ଲାଗିଲାଣି। ମାଙ୍କ ଗୀତ ସୋସାଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ଝିଅ ତାଙ୍କୁ ପ୍ରଥମେ ଭେଟିଥିଲେ। ଏବେ ରାନୁ ମୁମ୍ବାଇରେ ପହଞ୍ଚିଥିବା ବେଳେ ରାନୁଙ୍କ ପ୍ଲାଟଫର୍ମ ଗୀତ ସୋସାଲ ମିଡିଆରେ ଅପଲୋଡ କରିଥିବା ୨ ଜଣ ହିଁ ମା ଓ ଝିଅଙ୍କ ମଧ୍ୟରେ ବାଡ ହୋଇଥିବା ତାଙ୍କ ଝିଅ ଏଲିଜାବେଥ ସାତି ରାୟ ଅଭିଯୋଗ କରିଛନ୍ତି।
{"id":152667}ରାନୁଙ୍କ ଗୀତକୁ ଅତିନ୍ଦ୍ର ଚକ୍ରବର୍ତ୍ତି ଓ ତପ ଦାସ ଫେସବୁକ୍ ରେ ଅପଲୋଡ କରିଥିଲେ। ୨ ଯୁବକ ‘ଆମାର ଶୋବାଇ ସୈତାନ କ୍ଲବ’ର ସଦସ୍ୟ। ସେମାନେ ଏବେ ରାନୁଙ୍କ ମ୍ୟାନେଜର ହୋଇଯାଇଥିବା ବେଳେ ତାଙ୍କୁ ମିଳୁଥିବା ପାରିଶ୍ରମିକ ସେମାନେ ମନଇଛା ଲୁଟୁଥିବା ତାଙ୍କ ଝିଅ ଏଲିଜେବେଥ ଅଭିଯୋଗ କରିଛନ୍ତି। ସେ ମାଙ୍କ ସହ କଥା ହେବା ଲାଗି ଫୋନ କଲେ ତାଙ୍କୁ କଥା ନ ହେବକୁ ଧମକ ଦେଉଥିବା ବେଳେ ଭେଟିବାକୁ ଚେଷ୍ଟା କଲେ ଗୋଡହାତ ଭାଙ୍ଗିଦେବେ ବୋଲି ଧମକ୍ ଦେଉଛନ୍ତି ବୋଲି ଏଲିଜାବେଥ କହୁଛନ୍ତି।
{"id":152668}ଏଲିଜାବେଥ ହେଉଛନ୍ତି ରାନୁଙ୍କ ପ୍ରଥମ ସ୍ୱାମୀଙ୍କ ଝିଅ। ସେ ସୁରୀରେ ଏକ ତେଜରାତି ଦୋକାନ କରି ପରିବାର ପ୍ରତିପୋଷଣ କରୁଛନ୍ତି। ସ୍ୱାମୀ ତାଙ୍କୁ ଛାଡପତ୍ର ଦେଇଥିବା ବେଳେ ପୁଅଟି ସାନ। ପୂର୍ବରୁ ସେ ମାଙ୍କୁ ତାଙ୍କ ସହ ରହିବାକୁ ସବୁବେଳେ କହି ଆସୁଥିଲେ। ହେଲେ ସେ ତାଙ୍କ ସହ ରହୁ ନଥିଲେ। ହେଲେ ଏବେ ତାଙ୍କୁ ପ୍ରସିଦ୍ଧି ମିଳିଥିବା ବେଳେ ଲୋକେ ତାଙ୍କୁ ଲୁଟୁଥିବାର ସେ ଅଭିଯୋଗ କରିଛନ୍ତି। ତେବେ ରାନୁ ମୁମ୍ବାଇରୁ ଫେରିବା ପରେ ସେ କିଛି ପଦକ୍ଷେପ ନେବେ ବୋଲି କହିଛନ୍ତି ଏଲିଜାବେଥ।