ପ୍ରଥମ ଥର ମାସ୍କ ପିନ୍ଧି ନଜର ଆସିଲେ କ୍ବିନ୍‌ ଏଲିଜାବେଥ୍‌-୨: ଚର୍ଚ୍ଚାରେ ୯୪ ବର୍ଷୀୟା ରାଣୀଙ୍କ ଆଉଟ୍‌ ଫିଟ୍‌

Published By : Prameya-News7 Bureau | November 08, 2020 IST

ଲଣ୍ଡନ ୮/୧୧: ଇଂଲଣ୍ଡର ରାଣୀ ଏଲିଜାବେଥ ଦ୍ବିତୀୟ ପ୍ରଥମ ଥର ପାଇଁ ମାସ୍କ ପିନ୍ଧି ନଜର ଆସିଛନ୍ତି। କରୋନା ମହାମାରୀ ସମୟରେ ବିଶ୍ବର ପ୍ରତି ବ୍ୟକ୍ତି ସରକାରଙ୍କ ନିୟମ ଅନୁସାରେ ଫେସ୍‌ ମାସ୍କ ବ୍ୟବହାର କରୁଛନ୍ତି। କିନ୍ତୁ ମାର୍ଚ୍ଚ ପରଠାରୁ ରାଣୀ କେବେ ମାସ୍କ ପିନ୍ଧି ନଜର ଆସିନଥିଲେ। ଗତ ସପ୍ତାହରେ ଓ୍ବେଷ୍ଟ ମିନିଷ୍ଟର ଆବେରେ ଏକ ବଡ଼ ସମାରୋହରେ ଯୋଗ ଦେବା ଅବସରରେ ରାଣୀ ଫେସ୍‌ ମାସ୍କ ପିନ୍ଧିଥିଲେ।

{"id":358382,"sizeSlug":"large"}

୯୪ ବର୍ଷୀୟା ରାଣୀ ପୂର୍ବରୁ ବିଭିନ୍ନ ଉତ୍ସବରେ ନଜର ଆସିଥିଲେ ହେଁ ସେ କେବେ ବି ମାସ୍କ ପିନ୍ଧୁ ନଥିଲେ। ତେବେ ସରକାରଙ୍କ ଦ୍ବାରା ପୂର୍ବ ସପ୍ତାହରୁ ସମାରୋହ ଉପରେ କଟକଣା କୋହଳ ହେବା ପରେ ପ୍ରଥମ ଥର ରାଣୀ  ନଜର ଆସିଥିଲେ। କିନ୍ତୁ ଏଥର ସେ ଏକ କଳା ରଙ୍ଗର ମାସ୍କ ପିନ୍ଧିଥିଲେ। ବୁଧବାର ଦିନ ଏହି ସମାରୋହ ଆୟୋଜିତ ହୋଇଥିବା ବେଳେ ଶନିବାର ଏହାର କିଛି ଫଟୋ ଭାଇରାଲ୍‌ ହୋଇଥିଲା।

ଅଜଣା ଯୋଦ୍ଧାଙ୍କ ସମାନାର୍ଥେ ଓ୍ବେଷ୍ଟ ମିନିଷ୍ଟର ଆବେରେ ଆୟୋଜିତ ଶତାବ୍ଦୀ ସମାରୋହରେ ରାଣୀ ଏଲିଜାବେଥ ଦ୍ବିତୀୟ ମାସ୍କ ପିନ୍ଧିଥିବାରୁ ଏହାକୁ ପ୍ରଶଂସା କରିଛନ୍ତି ଡ. ଡେଭିଡ୍‌ ହୋଲି। ତେବେ ଏଠାରେ ହିଁ ରାଣୀ ବିବାହ କରିଥିଲେ।

{"id":358383,"sizeSlug":"large"}

ଧଳା ବର୍ଡର ସହ କଳା ରଙ୍ଗର ମାସ୍କ ବଂକିଙ୍ଗହାମ ରାଜପ୍ରାସାଦରୁ ଆସିନଥିବା ବେଳେ ଏହାକୁ ଡିଜାଇନର ଆଞ୍ଜେଲା କେଲି ଯିଏକି ରାଣୀଙ୍କ ବ୍ୟକ୍ତିଗତ ପରାମର୍ଶଦାତା ଡିଜାଇନ୍‌ କରିଥିବା କୁହାଯାଉଛି।

ତେ​‌ବେ ମହାମାରୀ ପରଠାରୁ ରାଣୀ ମାସ୍କ ପିନ୍ଧିନଥିବାକୁ ନେଇ ସମାଲୋଚନାର ଶିକାର ହୋଇଛନ୍ତି। ଅକ୍ଟୋବର ମାସ​‌ରେ ପୋର୍ଟୋନ ଡାଉନ୍‌ର ଡିଫେନ୍ସ ସାଇନ୍ସ  ଆଣ୍ଡ ଟେକନୋଲୋଜି ଲାବୋରେଟୋରି ବୁଲିବାକୁ ଯାଇଥିବା ବେଳେ ରାଣୀ ମାସ୍କ ବ୍ୟବହାର କରିନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.