ସରକାରୀ ରାସନ ଲାଗି ବଦଳିଯିବ ନିୟମ, ନୂଆ ଯୋଗ୍ୟତା ମାନଦଣ୍ଡ ଅନୁସାରେ ସ୍ଥିର ହେବ ପାତ୍ରତା, ଜାଣନ୍ତୁ କେବେଠୁ ?

Published By : Prameya-News7 Bureau | July 06, 2021 IST

ନୂଆଦିଲ୍ଲୀ ୬।୭: କେନ୍ଦ୍ର ଖାଉଟି କଲ୍ୟାଣ ଓ ଖାଦ୍ୟ ଯୋଗାଣ ବିଭାଗ ସରକାରୀ ରାସନ ନେଉଥିବା ଲୋକଙ୍କ ଯୋଗ୍ୟତା ନିୟମରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏ ବାବଦେ ରାଜ୍ୟମାନଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ବୈଠକ ମଧ୍ୟ ସରିଛି। ଯେଉଁଥିରେ ସରକାରୀ ରାସନ ଲାଗି ଲୋକଙ୍କ ପାତ୍ରତାର ନିୟମ ପରିବର୍ତ୍ତନ ଲାଗି ନୀତି ପ୍ରାୟତଃ ପ୍ରସ୍ତୁତ ହୋଇସାରିଛି। ଯାହା ଆଶା କରାଯାଉଛି ଚଳିତ ମାସରୁ ପରିବର୍ତ୍ତିତ ଯୋଗ୍ୟତା ମାନଦଣ୍ଡ ଲାଗୁ କରିଦିଆଯିବ, ଏହି ଅନୁସାରେ ଭବିଷ୍ୟତରେ ସରକାରୀ ରାସନ ଲାଗି ଲୋକଙ୍କ ଯୋଗ୍ୟତା ସ୍ଥିର କରାଯିବ।

{"id":476464,"width":839,"height":420,"sizeSlug":"large","linkDestination":"none"}

କେନ୍ଦ୍ର ଖାଉଟି କଲ୍ୟାଣ ଓ ଖାଦ୍ୟ ଯୋଗାଣ ବିଭାଗଙ୍କ ଅନୁସାରେ ସାରା ଦେଶରେ ଏବେ ୮୦ କୋଟି ଲୋକେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ଲାଭନେଉଛନ୍ତି। ତେବେ ଏଥିରେ ଏପରି ବି ଲୋକେ ଯୋଜନାର ଲାଭ ନେଉଛନ୍ତି ଯେଉଁମାନେ ଆର୍ଥିକ ରୂପେ ସମ୍ପନ୍ନ। ଏଣୁ ଯୋଗାଣ ବିଭାଗ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ଖାଉଟିକଲ୍ୟାଣ ଓ ଖାଦ୍ୟ ଯୋଗାଣ ବିଭାଗ ସଚିବ ସୁଧାଂଶୁ କୁମାର ପାଣ୍ଡେୟ ସୂଚିତ କରିଛନ୍ତି।

{"id":476469,"width":839,"height":473,"sizeSlug":"large","linkDestination":"none"}

ପାଣ୍ଡେୟଙ୍କ ଅନୁସାରେ ସରକାରୀ ରାସନ ଲାଗି ଲୋକଙ୍କ ପ୍ରାର୍ଥୀତ୍ୱ ନେଇ ଗତ ୬ ମାସ ହେଲା ବିଭିନ୍ନ ରାଜ୍ୟଙ୍କ ସହ ବୈଠକ କରାଯାଇଛି। ଏଥିରେ ରାଜ୍ୟମାନଙ୍କ ଦ୍ୱାରା ପ୍ରଦତ୍ତ ପରାମର୍ଶ ଅନୁସାରେ ସରକାରୀ ରାସନ ଲାଗି ଲୋକଙ୍କ ନୂଆ ଯୋଗ୍ୟତା ମାନଦଣ୍ଡ ପ୍ରସ୍ତୁତ କରାଯାଉଛି।  ଯାହାକୁ ଚଳିତମାସରେ ସାରା ଦେଶରେ ଲାଗୁ କରିଦିଆଯିବ ବୋଲି ସେ କହିଛନ୍ତି। ନୂଆ ନିୟମ ଲାଗୁ ହେବା ପରେ କେବଳ ସେହିମାନେ ସରକାରୀ ରାସନ ପାଇବାକୁ ଯୋଗ୍ୟହେବେ ଯେଉଁମାନେ ଏଥିପାଇଁ ହକଦାର। ବାକି ଲୋକେ ସେମାନଙ୍କ ରାସନ କାର୍ଡ ହରାଇବେ ବୋଲି ସେ କହିଛନ୍ତି।

{"id":476468,"sizeSlug":"large","linkDestination":"none"}

ଖାଉଟି କଲ୍ୟାଣ ଓ ଖାଦ୍ୟ ଯୋଗାଣ ବିଭାଗଙ୍କ ଅନୁସାରେ ୱାନ ନେସନ ୱାନ ରେସନ କାର୍ଡ ଯୋଜନା ଦେଶରେ ଗତ ଡିସେମ୍ବର ୨୦୨୦ରୁ କାର୍ଯ୍ୟକାରୀ କରାଯାଇଛି। ୩୨ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କରେ ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ଖାଦ୍ୟ ସୁରକ୍ଷା ଯୋଜନାରେ ଦେଶର ୬୯ କୋଟି ଲୋକେ ଅର୍ଥାତ ଜନସଂଖ୍ୟାର ୮୬ ପ୍ରତିଶତ ଏଥିରୁ ଲାଭବାନ ହେଉଛନ୍ତି। ଯୋଜନାରେ ମାସିକ ପ୍ରାୟ ଦେଢ କୋଟି ଲୋକେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିବା ବେଳେ ସେମାନେ ଯାଉଥିବା ସ୍ଥାନରେ ଯୋଜନାର ଏବେ ଲାଭ ନେଇପାରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.