ବର୍ଷାରେ ବେହାଲ ରାଜଧାନୀ, ବିମାନ ବନ୍ଦରରେ ଲହଡି ଭାଙ୍ଗୁଛି ବର୍ଷା ପାଣି

Published By : Prameya-News7 Bureau | September 11, 2021 IST

ନୂଆଦିଲ୍ଲୀ ୧୧/୦୯ : ପ୍ରବଳ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ । ବର୍ଷା ପାଣିରେ ବୁଡିଲା ରନ୍ ୱେ । ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଟର୍ମିନାଲ-୩ରେ ବର୍ଷା ପାଣି ଲହଡି ଭାଙ୍ଗୁଥିବା ଦେଖିବାକୁ ମିଳିଛି । ରନ୍ ୱେ ଉପରେ ମଧ୍ୟ ପାଣି ଜମିଛି । ବିମାନ ବନ୍ଦରରେ ପୋଖରୀର ଭ୍ରମ ସୃଷ୍ଟ ହୋଇଛି । ଗତକାଲି ରାତିଠାରୁ ଦିଲ୍ଲୀରେ ନିର୍ଧୁମ ବର୍ଷା ଛେଚୁଛି ।

wp:html /wp:html

ଯାହା ଫଳରେ ବିମାନ ବନ୍ଦର ଗଭୀର ଭାବେ ପ୍ରଭାବିତ ହୋଇଛି । ଫଳରେ ଅନେକ ବିମାନର ଗତିପଥ ପରିବର୍ତ୍ତନ କରାଯିବା ସହ ବିମାନକୁ ଡିଲେ କରାଯାଇଛି । ଯାତ୍ରୀମାନେ ମଧ୍ୟ ବିମାନବନ୍ଦରରେ ଅଟକି ରହିଛନ୍ତି । ସେପଟେ ରାସ୍ତାରେ ଏତେ ପାଣି ଯେ ଗାଡି ମଟର ଚାଲିବା ମୁସ୍କିଲ ହୋଇପଡ଼ିଛି। କହିବାକୁ ଗଲେ ଦିଲ୍ଲୀରେ ଯାତାୟତ ଏକଦମ୍ ଠପ୍ ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.