Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ଏଲଗାର ପରିଷଦ ମାମଲା : ମୁଖ୍ୟ ଅଭିଯୁକ୍ତ ଫାଦର ଷ୍ଟେନ୍ ସ୍ବାମୀଙ୍କ ଦେହାନ୍ତ, ଜାମିନ ନେଇ ଆଜି କୋର୍ଟରେ ହେଉଥିଲା ଶୁଣାଣି

5/07/2021 at 4:11 PM

ନୂଆଦିଲ୍ଲୀ ୦୫/୦୭ : ଏଲଗାର ପରିଷଦ ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ଫାଦର ଷ୍ଟେନ୍‌ ସ୍ବାମୀଙ୍କର ୮୪ ବର୍ଷ ବୟସରେ ମୃତ୍ୟୁ ଘଟିଛି । ସେ ଏକାଧିକ ରୋଗରେ ପୀଡିତ ଥାଇ ଚିକିତ୍ସିତ ହେଉଥିଲେ । ଗତ ବର୍ଷ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ମଧ୍ୟ ହୋଇଥିଲେ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆଜି ହିଁ ହାଇକୋର୍ଟ​‌ରେ ତାଙ୍କ ଆବେଦନ ଉପରେ ଶୁଣାଣି ଚାଲିଥିଲା । ହାଇକୋର୍ଟରେ ଶୁଣାଣି ଚାଲିଥିଲା ବେଳେ ହଠାତ ହୋଲୀ ଫ୍ୟାମିଲି ହସ୍ପିଟାଲର ଡାକ୍ତର ଡିସୁଜା କୋର୍ଟରେ କହିଥିଲେ ଯେ, ଫାଦର ଷ୍ଟେନ୍ ସ୍ବାମୀଙ୍କ ନିଧନ ହୋଇଛି ।

ଫାଦର ଷ୍ଟେନ୍‌ ସ୍ବାମୀଙ୍କ ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ ମିହିର ଦେଶାଇ ଶୁଣାଣି ଆରମ୍ଭରୁ କହିଥିଲେ ଯେ, ମାମଲାର ଶୁଣାଣି ଆରମ୍ଭ ପୂର୍ବରୁ ଷ୍ଟେନ ସ୍ବାମୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର କିଛି କହିବାକୁ ଚାହୁଁଛନ୍ତି । ଏହା ପରେ ଷ୍ଟେନ୍‌ଙ୍କ ଦେହାନ୍ତ ଖବର କୋର୍ଟଙ୍କୁ ଜଣାଇଥିଲେ ଡାକ୍ତର ଡିସୁଜା । ଶନିବାର ଭୋର ୪.୩୦ ସମୟରେ ହୃଦଘାତ ଯୋଗୁଁ ଷ୍ଟେନ୍‌ଙ୍କର ଦେହାନ୍ତ ହୋଇଯାଇଥିବା ଡାକ୍ତର ଡିସୁଜା କୋର୍ଟଙ୍କୁ ଜଣାଇଥିଲେ ।

ଜଷ୍ଟିସ୍ ଏସ୍‌ଏସ୍‌ ସିନ୍ଧେ ଏବଂ ଜଷ୍ଟିସ୍ ଏନ୍‌ଜେ ଜମାଦାରଙ୍କୁ ନେଇ ଗଠିତ ୨ ଜଣିଆ ବେଞ୍ଚଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଲଗାର ପରିଷଦ ମାମଲାର ଶୁଣାଣି କରୁଥିଲେ । ଶୁଣାଣି ଆରମ୍ଭ ବେଳେ ତାଙ୍କର ମୃତ୍ୟୁ ଖବର ଆସିଥିଲା । ଷ୍ଟେନ୍‌ ସ୍ବାମୀଙ୍କ ମୃତ୍ୟୁକୁ ନେଇ କୋର୍ଟ ଦୁଃଖ ପ୍ରକାଶ କରିଛନ୍ତି । ଏହା ସହିତ ତାଙ୍କ ଓକିଲଙ୍କ ଅନୁରୋଧ କ୍ରମେ ତାଙ୍କ ମୃତ ଶରୀରକୁ ସେଣ୍ଟ୍ ଜାଭିୟର୍ସ କଲେଜର ଅବସରପ୍ରାପ୍ତ ପ୍ରିନ୍ସପାଲ ଫାଦର ଫ୍ରେଜର ମସ୍କାରେନେସ୍‌ଙ୍କୁ ଦେବାକୁ କୋର୍ଟ ନିଷ୍ପତ୍ତି ନେଇଥିଲେ ।

ସୂଚନାଯୋଗ୍ୟ, ୨୦୧୮ ମସିହା ଜାନୁଆରୀ ୧ ତାରିଖରେ ମହାରାଷ୍ଟ୍ରର ପୁଣେର ଭୀମା କୋରେଗାଓଁରେ ଦଳିତ ସମୁଦାୟଙ୍କର ଏକ କାର୍ଯ୍ୟକ୍ରମ ଥିଲା । ଏଲଗାର ପରିଷଦ ଏହି ସମ୍ମିଳନୀର ଆୟୋଜନ କରିଥିଲା । ତେବେ କାର୍ଯ୍ୟକ୍ରମ ବେଳେ ସ୍ଥିତି ବିଗିଡିଥିଲା ଏବଂ ହିଂସାକାଣ୍ଡ ଘଟିଥିଲା । ସେଠାରେ ବ୍ୟାପକ ପରିମାଣର ଗାଡି ପୋଡି ଦେଇଥିଲେ ଦଙ୍ଗାକାରୀ । ଏହାସହିତ ଦୋକାନଗୁଡିକରେ ମଧ୍ୟ ଭଙ୍ଗାରୁଜା କରିଥିଲେ । ହିଂସାକାଣ୍ଡରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ । ତେବେ ଏହି ମାମଲାରେ ମାଓବାଦୀଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗରେ କିଛି ଲୋକଙ୍କୁ ଗିରଫ କରିନେଇଥିଲା ପୋଲିସ । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଷ୍ଟେନ୍ ସ୍ବାମୀ ମଧ୍ୟ ଥିଲେ ।

ସେବେଠାରୁ ଗିରଫ ହୋଇ ଜେଲ​‌ରେ ଥିଲେ ଷ୍ଟେନ୍ ସ୍ବାମୀ । ଗତ ମାସରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ ଏ ସମ୍ପର୍କୀତ ଏକ ଦସ୍ତାବିଜ ଦାଖଲ କରିବା ସହିତ ସ୍ବାମୀଙ୍କର ବେଲ ଆବେଦନକୁ ବିରୋଧ କରିଥିଲା । ଏନ୍‌ଆଇଏ କହିଥିଲା ଯେ, ଷ୍ଟେନ୍‌ ସ୍ବାମୀ ଜଣେ ମାଓବାଦୀ ଥିଲେ ଯିଏକି ଦେଶରେ ଆଶାନ୍ତି ଘଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଗତକାଲି ତାଙ୍କର ମୃତ୍ୟୁ ସମ୍ପର୍କିତ ଖବର ଆସିବା ପରେ କୋର୍ଟ ଦୁଃଖ ପ୍ରକାଶ କରିବା ସହିତ ଶବକୁ ସେଣ୍ଟ୍ ଜାଭିୟର୍ସ କଲେଜର ଅବସରପ୍ରାପ୍ତ ପ୍ରିନ୍ସପାଲ ଫାଦର ଫ୍ରେଜର ମସ୍କାରେନେସ୍‌ଙ୍କୁ ଦେବାକୁ ନିଷ୍ପତ୍ତି ନେଇଥିଲେ ।  

   Related Posts