ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ସମ୍ମିଳନୀ: ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି

Published By : Prameya-News7 Bureau | November 13, 2019 IST

ନୂଆଦିଲ୍ଲୀ ୧୩।୧୧: ଆଜିଠାରୁ ବ୍ରାଜିଲରେ ଆରମ୍ଭ ହେବ ୧୧ତମ ବ୍ରିକ୍ସ ସମ୍ମିଳନୀ । ଏହି ଅବସରରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲିଠୁ ଦୁଇଦିନିଆ  ବ୍ରାଜିଲ ଗସ୍ତ କରିଛନ୍ତି   । ୧୩ ଓ ୧୪ରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ବ୍ରିକ୍ସରେ ସାମିଲ ଥିବା ୫ ଦେଶର ଭବିଷ୍ୟତ ଓ ଆର୍ଥିକ ବୃଦ୍ଧି ପ୍ରସଙ୍ଗ ରେ ଆଲୋଚନା ହେବ । ଷଷ୍ଠ ଥର ପାଇଁ ପ୍ରଧାନମନ୍ତ୍ରୀ ଏହି ବୈଠକରେ ଯୋଗ ଦେବାକୁ ଯାଉଛନ୍ତି । ୨୦୧୪ରେ ପ୍ରଧାନମନ୍ତ୍ରୀ  ହେବା ପରେ ପ୍ରଥମ ଥର ପାଇଁ ସେ ବିକ୍ସ ସମ୍ମିଳନୀରେ ଯୋଗ ଦେଇଥିଲେ ।

{"id":183188}

ବ୍ରିକ୍ସ ସମ୍ମିଳନୀରେ  ମୋଦି  ଚୀନ ରାଷ୍ଟ୍ରପତି ଜିନ୍ ପିଙ୍ଗଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।  ସେହିପରି ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ , ବ୍ରାଜିଲ ରାଷ୍ଟ୍ରପତି ଜୈର ମେସାଇସ ବୋଲସେନାରୋଙ୍କୁ ମଧ୍ୟ ଏହି ଅବସରରେ ପ୍ରଧାନମନ୍ତ୍ରୀ ଭେଟିବେ ।  ପ୍ରଧାନମନ୍ତ୍ରୀଙ୍କ ସହ ଦେଶର ବଡବଡ ଉଦ୍ୟୋଗପତୀ ମଧ୍ୟ ବ୍ରାଜିଲ୍ ଗସ୍ତ କରିଥିବା ସୂଚନା ରହିଛି । ବ୍ରିକ୍ସ ବିଜନେସ ସମ୍ମିଳନୀରେ ୫ ଦେଶର ନେତାଙ୍କ ସହିତ ଉଦ୍ୟୋଗପତୀ ମାନେ ଯୋଗ ଦେବେ । ବ୍ରିକ୍ସ ଦେଶ ମଧ୍ୟରେ ଆୟୋଜକ ଦେଶ ବ୍ରାଜିଲ୍, ଭାରତ, ଋଷ, ଚୀନ ଏବଂ ଦକ୍ଷିଣ ଆଫ୍ରିକା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.