ଯାଜପୁର: ୩ଟି ବ୍ଲକର ୧୧ଟି ଗାଁକୁ ୧୫ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କଲେ ଜିଲ୍ଲାପାଳ

Published By : Prameya-News7 Bureau | May 02, 2020 IST

ଯାଜପୁର୨/୫: ଯାଜପୁର ତିନୋଟି ବ୍ଲକର ତିନୋଟି ପଞ୍ଚାୟତର ୧୧ଟି ଗାଁକୁ ୧୫ ଦିନ ପାଇଁ କଣ୍ଟେନମେଣ୍ଟେ ଜୋନ୍‌ ଘୋଷଣା କଲେ ଜିଲ୍ଲାପାଳ। ସେହିପରି ଆଗରୁ ଯାଜପୁର ବ୍ଲକ ବାସୁଦେବ ପୁର କଣ୍ଟେନେମେଣ୍ଟେ ଘୋଷଣା କରାଯାଇଛି। ମେ ୨ ତାରିଖ ସନ୍ଧ୍ୟା ୬ଟା ଠାରୁ ମେ ୨୦ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଘୋଷଣା କରାଯାଇଥିବା କଣ୍ଟେନେମେଣ୍ଟେ ଅଞ୍ଚଳ ହେଉଛି ଯାଜପୁର ବ୍ଲକର ନାଥସାହି ପଞ୍ଚାୟତର ଦୁଇଟି ଗାଁ -ନାଥସାହି,ସୁନିଦା ବରୀ ବ୍ଲକ କଳାମାଠିଆ ପଞ୍ଚାୟତର ଚାରଟି ଗାଁ -ତଳ କାଇପଡା, ଉପର କାଇପଡା, କଳାମାଠିଆ, ଜୋରକୁଳ। ସେହିପରି ବିଂଝାରପୁର ବ୍ଲକ କଲ୍ୟାଣ ପୁର ପଞ୍ଚାୟତର ୫ଟି ଗାଁ- କଲ୍ୟାଣପୁର, ସାମଲ ପୁର, ରୁଦ୍ରପୁର, କାହ୍ନୁ ପୁର ଏବଂ ମାସଡା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.