କରୋନା ସଂଗ୍ରାମରେ ଯୋଗୀଙ୍କ ବଡ ନିଷ୍ପତ୍ତି, ୟୁପି ଜେଲରୁ ମୁକ୍ତ ହେବେ ୧୧ ହଜାର ବନ୍ଦୀ
28/03/2020 at 7:34 PM

ଲକ୍ଷ୍ନୌ ୨୮।୩: କରୋନା ସଂକ୍ରମଣ ଏବେ ସାରା ଦେଶକୁ ଆତଙ୍କିତ କରିଛି। ଉତ୍ତରପ୍ରଦେଶରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମଧ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହିକ୍ରମରେ ଶନିବାର ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ଜେଲରେ ଥିବା ୧୧ ହଜାର କୈଦୀଙ୍କୁ ମୁକ୍ତ କରିଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
कोरोना वायरस के संक्रमण से बचाव के लिए आपकी सरकार पूरी तन्मयता से प्रतिक्षण प्रयत्नशील है।
— Yogi Adityanath (@myogiadityanath) March 28, 2020
आज SGPGIMS ,लखनऊ में, संक्रमण से बचाव हेतु आवश्यक चिकित्सकीय व्यवस्थाओं का निरीक्षण किया।
आपकी स्वास्थ्य सुरक्षा और अन्य आवश्यकताओं की पूर्ति हमारे लिए सबसे पहले है। pic.twitter.com/sLPAZzpf20
ମୁଖ୍ୟମନ୍ତ୍ରୀଙ୍କ ମିଡିଆ ପରାମର୍ଶଦାତା ମୃତ୍ୟୁଞ୍ଜୟ କୁମାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସିଓଭିଆଇଡି-୧୯ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁସାରେ ଏହି ବନ୍ଦୀମାନଙ୍କୁ ୮ ସପ୍ତାହ ଲାଗି ଅନ୍ତରିଣ ଜାମିନରେ ତୁରନ୍ତ ମୁକ୍ତ କରାଯିବ। ଏଥିରେ ୮ହଜାର ୫୦୦ବିଚାରାଧୀନ ଓ ୨ହଜାର ୫୦୦ ଦଣ୍ଡିତ କୈଦୀ ମୁକ୍ତ ହେବେ। ମୁଖ୍ୟମନ୍ତ୍ରୀ ଏହି ଅବସରରେ ସଞ୍ଜୟ ଗାନ୍ଧି ପିଜିଆଇ ଟ୍ରମା ସେଣ୍ଟରରେ ସ୍ଥାପିତ ୨୧୦ ଶଜ୍ୟା ବିଶିଷ୍ଟ ରାଜଧାନୀ ସିଓଭିଆଇଡି ହସ୍ପିଟାଲର ମଧ୍ୟ ପରିଦର୍ଶନ କରିଛନ୍ତି।

ପରିଦର୍ଶନ କାଳରେ ମୁଖ୍ୟମନ୍ତ୍ରୀ ହସ୍ପିଟାଲର ଆଇସିୟୁ, ଆଇସୋଲେୟନ ଓ କ୍ୱାରେଣ୍ଟାଇନ ୱାର୍ଡ ମଧ୍ୟ ବୁଲି ଦେଖିଥିଲେ। ଏହାପରେ କଲ୍ୟାଣ ମଣ୍ଡପରେ ସ୍ଥାପିତ କମ୍ୟୁନିଟି କିଚେନ ପରିଦର୍ଶନ କରିଥିବା ବେଳେ ଯୋଗୀ ସଂକ୍ରମଣରୁ ମୁକ୍ତ ରହିବା ଲାଗି ରାଜ୍ୟବାସୀଙ୍କୁ ସେମାନଙ୍କ ଘରେ ରହିବାକୁ ଅନୁରୋଧ କରିଛନ୍ତି।