ଟ୍ରାକ୍‌ରୁ ଖସିଲା ଟ୍ରେନ୍ :୧୧ମୃତ, ୯୮ ଆହତ

Published By : Prameya-News7 Bureau | April 19, 2021 IST

ନୂଆଦିଲ୍ଲୀ ୧୯।୦୪: ମର୍ମନ୍ତୁଦ ଦୁର୍ଘଟଣା । ଟ୍ରାକରୁ ଖସିଲା ଯାତ୍ରୀବାହୀ ଟ୍ରେନ୍‌ । ଏହି ଦୁର୍ଘଟଣାରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୮ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଖବର ଅନୁଯାୟୀ,  ମିସ୍ରର ରାଜଧାନୀ କୋହିରା ନିକଟରେ ଏକ ଅଘଟଣ ଘଟିଯାଇଛି । କୋହିରାର ଉତ୍ତରରେ ଥିବା କାଲୁବିଆ ପ୍ରାନ୍ତର ବାହ୍ନା ସହରରେ ଏକ ଯାତ୍ରୀବାହୀ ଟ୍ରେନ୍‌ର ୮ଟି ବଗି ଟ୍ରାକ୍‌ରୁ ଖସିଯାଇଛି । ଯାହାଫଳରେ କି ଗାଡିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୮ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ରହିଛି ।

ସେପଟେ ସ୍ଥାନୀୟ ଅଧିକାରୀଙ୍କ ମୁତାବିକ, ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ଘଟଣାର ଜଣାପଡିନାହିଁ । ଘଟଣାର ତଦନ୍ତ ଜାରି ରହିଛି । ଯଦି କାହାର ଭୁଲ୍‌ ଥିବା, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । କିନ୍ତୁ ବର୍ତ୍ତମାନ ସ୍ଥିତିରେ ଆହତଙ୍କ ଚିକିତ୍ସା ପ୍ରାଥମିକତା ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ସେହିପରି କିଛି ଦିନ ତଳେ ସରାକିଆ ସୁବେ ନାମକ ଅଞ୍ଚଳରେ ଟ୍ରେନ୍‌ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ୧୫ଜଣ ଯାତ୍ରୀ ଆହତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.