Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଆଖିବୁଜା ଚଳାଇଲେ ଗୁଳି, ଚାଲିଗଲା୧୧ରୁ ଅଧିକ ଜୀବନ, ଅନେକ ଆହାତ

11/05/2021 at 10:41 PM

ମସ୍କୋ, ୧୧/୦୫: ରୁଷିଆର କାଜାନ ସହରରେ ଏକ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି । ଜଣେ କିମ୍ୱା ଜଣଙ୍କଠାରୁ ଅଧିକ ବନ୍ଧୁକଧାରୀ ସ୍କୁଲ୍‌ରେ ଗୁଳି ଚଳାଇବା ଫଳରେ ଅତିକମରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହିତ ୧୧ ଜଣଙ୍କର ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଏନେଇ ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ଆରଆଇ ନ୍ୟୁଜ୍ ଏଜେନ୍ସି ମଙ୍ଗଳବାର ଜରୁରୀକାଳୀନ ସେବା ମନ୍ତ୍ରଣାଳୟକୁ ସୂଚନା ଦେଇଛି ।

 ଏଥିସହିତ ଚାରି ମହଲା ବିଶିଷ୍ଟ ଏକ ସ୍କୁଲର ତୃତୀୟ ମହଲାରୁ ଦୁଇ ପିଲା ବନ୍ଧୁକ ଫୁଟିବାର ଶବ୍ଦ ଶୁଣି ତଳକୁ ଡେଇଁପଡିଥିବାର ଦେଖିବାକୁ ମିଳିଛି । ବନ୍ଧୁକଧାରୀ ମାନେ ମନଇଛା ବନ୍ଧୁକ ଚଳାଉ ଥିବାର ଶବ୍ଦ ଶୁଣାଯାଉଥିବା ଏକ ଭିଡିଓ ମଧ୍ୟ ଆରଆଇ ଦ୍ୱାରା ପ୍ରସାରିତ ହୋଇଥିବା ଜଣାପଡ଼ିଛି ।

ଦୁଇଜଣ କିଶୋର ବର୍ଷୀୟ ବନ୍ଧୁକଧାରୀ ଏପରି କାଣ୍ଡ ଘଟାଇଥିବା କିଛି ଋଷିଆ ନ୍ୟୁଜ୍ ଏଜେନ୍ସି ଦର୍ଶାଇଥିବା ବେଳେ ଅନ୍ୟ ନ୍ୟୁଜ୍‌ ଏଜେନ୍ସି ଜଣେ ସୁଟରଙ୍କ ଏଥିରେ ସମ୍ପୃକ୍ତି ରହିଥିବା ପ୍ରକାଶ କରିଛନ୍ତି ।

ଆରଆଇ କହିଛି ଯେ ଜଣେ ୧୯ ବର୍ଷ ବୟସ୍କ ବନ୍ଧୁକଧାରୀଙ୍କୁ ଅଟକ ରଖାଯାଇଛି । ପ୍ରଥମେ ବିଦ୍ୟାଳୟରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା । ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଫୁଟେଜରେ ଜଣେ ଯୁବକଙ୍କୁ ସ୍କୁଲ ବିଲ୍ଡିଂ ବାହାରେ ପୋଲିସ୍‌  ଅଧିକାରୀ କାବୁ ଆଣୁଥିବା ଦେଖାଯାଇଛି।

   Related Posts