Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ରାଞ୍ଚିରେ ହେବ ୪ ଲେନ୍ ବିଶିଷ୍ଟ ଏଲିଭେଟେଡ୍ ରୋଡ୍: ଖର୍ଚ୍ଚ ହେବ ୫୫୦ କୋଟି ଟଙ୍କା

6/11/2021 at 5:15 PM

ରାଞ୍ଚି ୦୫/୧୧ : ଦୀପାବଳି ଅବସରରେ କେନ୍ଦ୍ର ସରକାର ଝାଡଖଣ୍ଡର ରାଜଧାନୀ ରାଞ୍ଚିକୁ ଏକ ବଡ଼ ଉପହାର ଦେଇଛନ୍ତି। ରାଞ୍ଚିର ରାତୁ ରାସ୍ତାରେ ଏକ ନୂଆ ଉଚ୍ଚ ରାସ୍ତା ତିଆରି ହେବ । ଏହି ପ୍ରକଳ୍ପକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ସବୁଜ ସଙ୍କେତ ଦେଇଛି। କେନ୍ଦ୍ର ସରକାର ମଧ୍ୟ ଏହି ପ୍ରକଳ୍ପ ପାଇଁ ରାଜି ହୋଇଛନ୍ତି। ରାତୁ ରାସ୍ତାରେ ୫୫୦ କୋଟି ଟଙ୍କାରେ ଏକ ନୂଆ ଉଚ୍ଚତର ରାସ୍ତା ନିର୍ମାଣ ହେବ । ଚଳିତ ମାସ /ନଭେମ୍ବରରେ ଏହାର ଟେଣ୍ଡର ମଧ୍ୟ ଦିଆଯିବ ବୋଲି କୁହାଯାଉଛି। ଏହି ଉଚ୍ଚ ରାସ୍ତା ୪ ଲେନ ବିଶିଷ୍ଟ ହେବ। ପ୍ରଥମେ ୩ ଲେନ କରିବା ପାଇଁ ଅନୁମତି ମିଳିଥିଲା। ତା ପରେ ଏହାକୁ ୪ ଲେନ କରିବା ପାଇଁ ଅନୁମତି ମିଳିଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ପ୍ରକଳ୍ପ ପାଇଁ ଟେଣ୍ଡର ଖୁବ ଯଲ୍ଦି ଜାରି କରାଯିବ। ପ୍ରାୟ ୫୫୦ କୋଟି ଟଙ୍କା ଖର୍ଚ୍ଚ କରି ଏହି ଉଚ୍ଚ ରାସ୍ତା ନିର୍ମାଣ କରାଯିବ। ଉଚ୍ଚ ରାସ୍ତାଟି ୪ଲେନ ଭାବେ ତିଆରି ହେବ । ପୂର୍ବରୁ ୩ଲେନ ବିଶିଷ୍ଟ ଉଚ୍ଚ ରାସ୍ତା ନିର୍ମାଣ ପାଇଁ ସହମତି ପ୍ରକାଶ ପାଇଥିଲା। ପରେ ଏହା ୪ ଲେନ ହେବ ବୋଲି ସ୍ତିର ହେଲା । ସେଥିପାଇଁ ଏହାର ଅଟକଳ ମୂଲ୍ୟ ମଧ୍ୟ ବଢ଼ି ଯାଇଛି । ନାଗାବାବା ଖଟାଲଙ୍କ ଆଗରୁ ଉଚ୍ଚ ରାସ୍ତା ଆରମ୍ଭ ହୋଇ ରାତୁ ରୋଡ ମୁଖ୍ୟ ଛକ ଦେଇ ପିସ୍କା ମୋଡ଼ ଆଗ ପର୍ଯ୍ୟନ୍ତ ଯିବ । ପିସ୍କା ମୋଡ ଚୌକ ଠାରୁ ଜାତୀୟରାଜପଥ-୨୩ ରେ ଇଟକି ରାସ୍ତାର ଅଧ କିଲୋମିଟର ପର୍ଯ୍ୟନ୍ତ ଉଚ୍ଚ ରାସ୍ତା ନିର୍ମାଣ କରାଯିବ ।

ଝାଡ଼ଖଣ୍ଡ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ମୁଖ୍ୟ ସାଧାରଣ ପରିଚାଳକ ଏସ.କେ ମିଶ୍ର କହିଛନ୍ତି ଉନ୍ନତ ରାସ୍ତା ତିଆରି ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ଏବେ କେବଳ ଟେଣ୍ଡର ଦେବା କାମ ବାକି ଅଛି । ସ୍ୱିକୃତି ଓ ଟେଣ୍ଡର ଏକାସାଙ୍ଗରେ ହେବା ପାଇଁ ପ୍ରସ୍ତୁତି ଚାଲିଛି। ଏହି ପ୍ରକଳ୍ପ ସମ୍ପର୍କରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ସେ କହିଛନ୍ତି। ବର୍ତ୍ତମାନ ଏହି ନୂଆ ପ୍ରକଳ୍ପ ପାଇଁ କୌଣସି ଅସୁବିଧା ନାହିଁ ।

   Related Posts