ଏହି ସହରରେ ୫୫୦ କୋଟି ଟଙ୍କାରେ ତିଆରି ହେବ ଏଲିଭେଟେଡ୍ ରୋଡ୍‌, ସହମତି ଦେଲା କେନ୍ଦ୍ର

Published By : Prameya-News7 Bureau | November 05, 2021 IST

ରାଞ୍ଚି ୦୫/୧୧ : ଦୀପାବଳି ଅବସରରେ କେନ୍ଦ୍ର ସରକାର ଝାଡଖଣ୍ଡର ରାଜଧାନୀ ରାଞ୍ଚିକୁ ଏକ ବଡ଼ ଉପହାର ଦେଇଛନ୍ତି । ରାଞ୍ଚିର ରାତୁ ରାସ୍ତାରେ ଏକ ନୂଆ ଉଚ୍ଚ ରାସ୍ତା ତିଆରି ହେବ । ଏହି ପ୍ରକଳ୍ପକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚ୍‌ଏଆଇ) ସବୁଜ ସଙ୍କେତ ଦେଇଛି । କେନ୍ଦ୍ର ସରକାର ମଧ୍ୟ ଏହି ପ୍ରକଳ୍ପ ପାଇଁ ରାଜି ହୋଇଛନ୍ତି । ରାତୁ ରାସ୍ତାରେ ୫୫୦ କୋଟି ଟଙ୍କାରେ ଏକ ନୂଆ ଉଚ୍ଚତର ରାସ୍ତା (ଏଲିଭେଟେଡ୍‌ ରୋଡ୍‌) ନିର୍ମାଣ ହେବ ।

ନଭେମ୍ବର ମାସରେ ଏହାର ଟେଣ୍ଡର ମଧ୍ୟ ଦିଆଯିବ ବୋଲି କୁହାଯାଇଛି। ଏହି ଉଚ୍ଚ ରାସ୍ତା ୪ ଲେନ ବିଶିଷ୍ଟ ହେବ । ମିଳିଥିବା ସୂଚନା ଅନୁସାରେ ଏହି ପ୍ରକଳ୍ପ ପାଇଁ ଟେଣ୍ଡର ଖୁବଶୀଘ୍ର ଜାରି କରାଯିବ । ପ୍ରାୟ ୫୫୦ କୋଟି ଟଙ୍କା ଖର୍ଚ୍ଚ କରି ଏହି ରାସ୍ତା ନିର୍ମାଣ କରାଯିବ। ରାସ୍ତା ରାତୁ ରୋଡ ମୁଖ୍ୟ ଛକ ଦେଇ ପିସ୍କା ମୋଡ଼ ପର୍ଯ୍ୟନ୍ତ ଯିବ । ପିସ୍କା ମୋଡ ଚୌକ ଠାରୁ ଜାତୀୟ ରାଜପଥ-୨୩ ରେ ଇଟକି ରାସ୍ତାର ଅଧା କିଲୋମିଟର ପର୍ଯ୍ୟନ୍ତ ଉଚ୍ଚ ରାସ୍ତା ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି ।

ଏନଏଚ୍‌ଏଆଇ, ଝାଡ଼ଖଣ୍ଡର ଜେନେରାଲ୍‌ ମ୍ୟାନେଜର ଏସ.କେ ମିଶ୍ର କହିଛନ୍ତି ଯେ ଉନ୍ନତ ରାସ୍ତା ତିଆରି ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ଏବେ କେବଳ ଟେଣ୍ଡର ଦେବା କାମ ବାକି ଅଛି । ଏହି ପ୍ରକଳ୍ପ ସମ୍ପର୍କରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ସେ କହିଛନ୍ତି । ବର୍ତ୍ତମାନ ଏହି ନୂଆ ପ୍ରକଳ୍ପ ପାଇଁ କୌଣସି ଅସୁବିଧା ନଥିବା ମଧ୍ୟ ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.