ମାଈ ହାତୀର ମୃତଦେହ ଉଦ୍ଧାର, ଅଧିକ ବୟସ କାରଣରୁ ଏକାକି ବୁଲୁଥିଲା

Published By : Prameya-News7 Bureau | October 28, 2021 IST

ସମ୍ବଲପୁର, ୨୮/୧୦:  ହାତୀର ମୃତଦେହ ଉଦ୍ଧାର । ସମ୍ବଲପୁର ବନ ବିଭାଗ ଦ୍ବାରା ଏକ ମାଈହାତୀର ମୃତଦେହ ଠାବ ହୋଇଛି ।

ସୂଚନାନୁସାରେ, ବାମରା ଡିଭିଜନ କିସିଣ୍ଡା ଖଳାଶୁଣୀ ବନ୍ୟପ୍ରାଣୀ ରେଞ୍ଜ୍‌ର କୁଲାଡେରା ଜଙ୍ଗଲରେ ମୃତଦେହକୁ ଠାବ କରାଯାଇଛି । ଦୀର୍ଘ ଦିନ ହେବ ହାତୀଟି ଅସୁସ୍ଥ ହୋଇ ପଡିଥିଲା । ତେବେ ହାତୀଟି ଅଧିକ ବୟସ କାରଣରୁ ଅସୁସ୍ଥ ହେବା ପରେ ପଲରୁ ବାଦ ପଡି ଏକାକୀ ବୁଲୁଥିଲା । ଗୁରୁବାର ସକାଳେ ଏହାର ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ବନ ବିଭାଗ ପହଁଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.