ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ

Published By : Prameya-News7 Bureau | October 23, 2021 IST

ନିଶ୍ଚିନ୍ତକୋଇଲି, ୨୩/୧୦: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ । ବଣୁଆ ହାତୀର ପ୍ରାଦୁର୍ଭାବରେ ଆତଙ୍କିତ ସ୍ଥାନୀୟ ବାସିନ୍ଦା।

ନିଶ୍ଚିନ୍ତକୋଇଲି ବ୍ଲକର ରାମକୃଷ୍ଣପୁର, ଫୋଗଳ ଓ ଜିଗ୍ନୀପୁର ପଞ୍ଚାୟତରେ କିଛିଦିନ ଧରି ହାତୀପଲ ଡେରା ପକାଇଛନ୍ତି ।ସେମାନେ  ଧାନ ବିଲରେ ପଶି ଫସଲ ନଷ୍ଟ କରୁଛନ୍ତି। ଏହାସହ ବ୍ୟାପକ କ୍ଷୟକ୍ଷତି ମଧ୍ୟ କରୁଛନ୍ତି । ଫସଲ ନଷ୍ଟ ହେବା କାରଣରୁ ଚାଷୀ କୂଳ ମୁଣ୍ଡରେ ହାତ ଦେଇଥିବା ବେଳେ ସ୍ଥାନୀୟ ଲୋକେ ମଧ୍ୟ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତେବେ ବନ ବିଭାଗ ତୁରନ୍ତ ହାତୀଙ୍କୁ ଘଇଡାଇବା ପାଇଁ ଦାବି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.