୭ ଟିକିଆ ହାତୀ ପଲଙ୍କ ଉପଦ୍ରବ, ଫସଲ ନଷ୍ଟ ସହ ଖାଇଗଲେ ବସ୍ତା ବସ୍ତା ଧାନ

Published By : Prameya-News7 Bureau | January 03, 2020 IST

ତେଲକୋଇ ୩।୧: ତେଲକୋଇ ବନବିହାରୀପୁର ଗାଁରେ ହାତୀ ଆତଙ୍କ । ୭ ଟିକିଆ ହାତୀ ପଲ ଗାଁରେ ପଶି ଉପଦ୍ରବ ଚଳାଇଛନ୍ତି । ପନିପରିବା ଫସଲକୁ ନଷ୍ଟ କରିବା ସହ ଗାଁରେ ଥିବା ଧାନକଳ ଭାଙ୍ଗି ଧାନ ବସ୍ତା ଖାଇ ଦେଇଛନ୍ତି । ସେପଟେ ଦୁଲ୍ଲଭପୁର ଗାଁରେ ମଧ୍ୟ ହାତୀମାନେ ଉପଦ୍ରବ କରିଥିବା ଜଣାପଡିଛି । ପାଞ୍ଚ ଟିକିଆ ହାତୀ ପଲ ଗାଁରେ ପଶି କୋବି ଫସଲକୁ ଦଳିମକଚି ନଷ୍ଟ କରିଦେଇଛନ୍ତି । ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.