ଦନ୍ତାର ଦୌରାତ୍ମ୍ୟ

Published By : Prameya-News7 Bureau | July 26, 2018 IST

କେନ୍ଦୁଝର ବାଂଶପାଳ ବିଜେପି ବନାଞ୍ଚଳରେ ଦନ୍ତାର ଦୌରାତ୍ମ୍ୟ । ଘର ଭାଙ୍ଗି ଚାଉଳ ଖାଇବା ସହ ଜଣଙ୍କୁ କଚାଡି ମାରିଛି ଦନ୍ତା । ହାତୀ ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଖୁଣ୍ଟାକଟା ଗାଁ ନିକଟରେ ଏହି ଦନ୍ତା କିଛିଦିନ ହେଲା ଡେରା ପକାଇଛି । ରାତିରେ ଗାଁ ଭିତରକୁ ପଶି ଆସି ଏଭଳି କାଣ୍ଡ ଭିଆଇଛି । ଦନ୍ତା ହାତୀ ଗଣେଶ ପ୍ରଧାନଙ୍କ ଘର ଭାଙ୍ଗି ଧାନ ବସ୍ତା ଖାଇବା ଆରମ୍ଭ କରିଥିଲା । ଗଣେଶଙ୍କ ସ୍ତ୍ରୀ ୯ ମାସର ଝିଅ ଓ ୮ ବର୍ଷର ପୁଅ ଲିଟୁକୁ ଧରି ଦୋଡିଥିଲେ । ହାତୀଟି ତାଙ୍କୁ ଗୋଡାଇ ଗୋଡାଇ ଆସି ଆକ୍ରମଣ କରିଥିଲା । ୮ବର୍ଷର ଲିଟୁକୁ ଷୁଣ୍ଢରେ କଚାଡି ଦେଇଥିଲା । ଆକ୍ରମଣରେ ପୁଅ ଲିଟୁର ମୃତ୍ୟୁ ହୋଇଥିବା ବେଳେ ମା ଓ ଝିଅ ଗୁରୁତର ଆହତ ହୋଇଛନ୍ତି । ମା ଓ ଝିଅଙ୍କୁ ବାଂଶପାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି । କ୍ଷତିପୁରଣ ସହ ହାତୀ ଘଉଡାଇବାକୁ ଦାବି କରିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.