ମହାନଦୀ ଟାପୁରେ ଫସିଲେ ୧୧ ଟିକିଆ ହାତୀପଲ
17/09/2019 at 11:43 AM

ବାଙ୍କୀ ୧୭।୯: ମହାନଦୀ ଟାପୁରେ ଫସି ରହିଛନ୍ତି ୧୧ ଟିକିଆ ହାତୀପଲ ।ବାଙ୍କୀ ଭଗିପୁର ଗାଁ ନିକଟସ୍ଥ ମହାନଦୀ ଟାପୁରେ ଛୁଆ ଓ ବଡ଼ ହାତୀ ମିଶି ପ୍ରାୟ ୧୧ଟି ହାତୀ ଅଟକି ରହିଛନ୍ତି । ହାତୀପଲ ଆଠଗଡ଼ ପଟୁ ଡମପଡା ଚନ୍ଦକା ଅଭୟାରଣ୍ୟକୁ ଯାଉଥିଲେ । ସକାଳ ହୋଇଯିବାରୁ ଲୋକଙ୍କ ପାଟି ଶୁଣି ଆଗକୁ ନଯାଇ ଅଟକି ରହିଛନ୍ତି ହାତୀପଲ ।

ଅନ୍ୟପଟେ ହାତୀପଲଙ୍କୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି । ହାତୀପଲ ଗାଁ ଭିତରକୁ ମାଡି ଆସିବା ନେଇ ଆଶଙ୍କାରେ ଅଛନ୍ତି ଲୋକେ । ବନ କର୍ମଚାରୀ ମଧ୍ୟ ସଜାଗ ରହିଛନ୍ତି । ହାତୀ ଏରିଆ ଛାଡି ନଯିବା ପର୍ଯ୍ୟନ୍ତ ବନକର୍ମଚାରୀ ଜଗି ରହିବେ ବୋଲି ଡମପଡା ରେଞ୍ଜର କହିଛନ୍ତି ।
Related Posts
ନନ୍ଦନକାନନ: ଜଗୁଳିଆଙ୍କ ମାଡରେ ରେଞ୍ଜରଙ୍କ ପୁଅ ଆହତ
26 January 2021
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021