ଆଠଗଡ ଖୁଣ୍ଟୁଣୀ ରେଞ୍ଜରେ ହାତୀ ଉପଦ୍ରବ ; ରାସ୍ତା ଉପରେ ହାତୀ ଠିଆ ହେବା ଯୋଗୁଁ ଗାଡି ଚଳାଚଳ ପ୍ରଭାବିତ
10/11/2018 at 1:32 PM

ଆଠଗଡ ୧୦|୧୧: ଆଠଗଡ ଖୁଣ୍ଟୁଣୀ ରେଞ୍ଜରେ ହାତୀ ଉପଦ୍ରବ । ସାରକୋଳି-ବଉଳ ରାସ୍ତା ନିକଟରେ ହାତୀପଲ ଆତଙ୍କ ଚଳାଇଛନ୍ତି । ଆଜି ଭୋରରୁ ଏହି ରାସ୍ତାରେ ୨୦ରୁ ଅଧିକ ହାତୀପଲ ରାସ୍ତା ଉପରେ ଠିଆ ହେବା ଯୋଗୁଁ ଗାଡି ଚଳାଚଳ ପ୍ରଭାବିତ ହୋଇଥିଲା । ତେବେ ଘଟଣାସ୍ଥଳରେ ବନବିଭାଗ କର୍ମଚାରୀମାନେ ପହଞ୍ଚି ହାତୀ ପଲଙ୍କୁ ଜଙ୍ଗଲକୁ ଘଉଡାଇଛନ୍ତି । ଏବେ ହାତୀପଲ ବଉଳ ସଂରକ୍ଷିତ ଜଙ୍ଗଲରେ ଥିବାର ଜଣାପଡିଛି ।
Related Posts
ଅବକାରୀ ବିଭାଗ ଓ ପୋଲିସର ଅତର୍କିତ ଚଢାଉ, ବିପୁଳ ପରିମାଣର ମଦ-ପୋଚ ଜବତ
28 January 2021