୨୨ଟିକିଆ ହାତୀ ପଲଙ୍କ ଉପଦ୍ରବ, ଘର ଭାଙ୍ଗି ଖାଇଗଲେ ଧାନ

Published By : Prameya-News7 Bureau | December 15, 2019 IST

କରଞ୍ଜିଆ ୧୫।୧୨: କେନ୍ଦୁଝର ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ଲୋକଙ୍କ ନିଦ ହଜାଇଲେଣି ଝାଡଖଣ୍ଡୀ ହାତୀ ପଲ । ଦୁଧିଆଣି ରେଞ୍ଜର ଯଶିପୁର ବ୍ଲକ୍ ଓ ରରୁଆଁ ବ୍ଲକରେ ଉପଦ୍ରବ ଚଳାଇଛନ୍ତି ୨୨ଟି ହାତୀ । ଗାଁରେ ଯେତିକି କ୍ଷୟକ୍ଷତି ଘଟାଉଛନ୍ତି ତାଠୁ ଅଧିକ କ୍ଷେତକୁ ନଷ୍ଟ କରୁଛନ୍ତି । କିନ୍ତୁ ଲୋକଙ୍କ ଦୁଃଖ ଶୁଣିବାକୁ କେହିନାହିଁ । ଯଶିପୁର ବ୍ଲକ୍ କୁଦରବିଶିଦା ଗାଁରେ ପଶି ଧାନ ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରିଦେଉଛନ୍ତି । ସୁଣ୍ଢିବିଲା ଗାଁରେ ୨ରୁ ଅଧିକ ଘର ଭାଙ୍ଗି ଧାନ ଖାଇଯାଇଛନ୍ତି ।

{"id":197883,"sizeSlug":"large"}

ସେହିପରି ରରୁଆଁ ବ୍ଲକ୍ ଦୟାପଶି ଗାଁରେ ୩ଟି ଘର ଭାଙ୍ଗି ଦେଇଛନ୍ତି । ସଞ୍ଜ ନଇଁଲେ ଭୟରେ ପଡୁଛି ତାଟି କବାଟ । ଅନ୍ଧାର ହେଲା ମାନେ ଜନବସତି ଆଡକୁ ମାଡି ଆସୁଛନ୍ତି ହାତୀପଲ । ହାତୀ ଘଉଡାଇବାକୁ ବନ ବିଭାଗ କିଛି ପଦକ୍ଷେପ ନେଉନଥିବା ଅଭିଯେ।ଗ ହୋଇଛି । ସେପଟେ ବନବିଭାଗ କହୁଛି ହାତୀ ଘଉଡାଇବା ପାଇଁ ଉଦ୍ୟମ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.