ହାତୀଙ୍କ ଉତ୍ପାତ- ଆଳୁ ଓ କଦଳୀ ଫସଲ ନଷ୍ଟ କଲେ

Published By : Prameya-News7 Bureau | January 23, 2020 IST

ତେଲକୋଇ ୨୩।୦୧-  ତେଲକୋଇ ବନାଞ୍ଚଳ ଅଧିନସ୍ଥ ବନବିହାରୀପୂର ରେ ହାତୀପଲ ଙ୍କ ଉପଦ୍ରବ  ଗାଁରେ ପଶି ଚାଷୀ ଙ୍କ ଫସଲ ଉଜାଡିଲେ ।ବହୁ କଷ୍ଟ କରି ଚାଷୀ ଏକର ଏକର ଜମିରେ ଆଳୁଚାଷ କରି ଥିଲେ ।

{"id":214776,"sizeSlug":"large"}

ଗତରାତିରେ ହାତୀପଲ ସବୁ ଫସଲକୁ ଖାଇବା ସହ ଦଳିମକଚି ନଷ୍ଟ କରିଦେଇଛନ୍ତି ।

{"id":214777,"sizeSlug":"large"}

ଆଳୁଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛି ।ସେପଟେ କଦଳୀ ଫସଲକୁ ମଧ୍ୟ ହାତୀପଲ ଖାଇ ନଷ୍ଟ କରିଛନ୍ତି । ହାତୀପଲ କୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ହାତୀଙ୍କୁ ଘଉଡାଇବାରେ ବନବିଭାଗ ଅସଫଳ ଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.