Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

କାରଖାନାରେ ପଶିଲା ଦନ୍ତା ହାତୀ, ଜୀବନ ବିକଳରେ ଧାଇଁଲେ ଶ୍ରମିକ, ତା ପରେ…

29/01/2021 at 5:17 PM

ଢେଙ୍କାନାଳ ୨୯।୦୧: କାରଖାନା ଭିତରେ ଦନ୍ତା ହାତୀ । କଥାଟା ଟିକିଏ ଅଡ଼ୁଆ ଲାଗୁଥିଲେ ମଧ୍ୟ ଏପରି ଅଜବ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ । ଢେଙ୍କାନାଳ ହିନ୍ଦୋଳ ଉପଖଣ୍ଡର ଝାଡବନ୍ଧ ଠାରେ ନିର୍ମାଣଧୀନ ରୁଙ୍ଗଟା ଷ୍ଟିଲ କାରଖାନା ପରିସରକୁ ଆଜି ଏକ ଦନ୍ତା ହାତୀ ପଶି ଯାଇଥିବା ଦେଖିବାକୁ ମିଳିଛି ।

ହାତୀଟିକୁ ଦେଖି କାରଖାନା ପରିସରରେ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀଙ୍କ ମହଲରେ ଆତଙ୍କ ଖେଳି ଯାଇଥିଲା । ଏପରିକି ଏହି ଦନ୍ତା ହାତୀ ଭୟରେ କାରଖାନା ମଧ୍ୟରେ କାମ କରୁଥିବା ଶ୍ରମିକ ମାନେ ପ୍ରାଣ ଭୟରେ ଏଣେ ତେଣେ ଦୌଡ଼ି ପଳାଇଥିଲେ । ପରେ ଖବର ପାଇ ହିନ୍ଦୋଳ ବନକର୍ମଚାରୀ ମାନେ ପହଞ୍ଚି ହାତୀକୁ ଘଉଡାଇ କରଖାନା ପରିସରରୁ ବାହାର କରିଥିଲେ।

ପରେ ହାତୀଟି ପାଖ ଜଙ୍ଗଲକୁ ପଳାଇଥିବା ଜଣାପଡିଛି । ତେବେ ନିର୍ମାଣଧୀନ କାରଖାନା ଅଂଚଳରେ ସ୍ଥାନୀୟ ଲୋକଙ୍କ ପାଇଁ ରାସ୍ତା ନିର୍ମାଣ କରୁଥିବା କାରଣରୁ ହାତୀଟି କାରଖାନା ଭିତରକୁ ପଶି ଆସିଥିବା ଅନୁମାନ କରାଯାଇଛି ।

   Related Posts