ଅମଳ ପୂର୍ବରୁ ଫସଲ ନଷ୍ଟ କରୁଛନ୍ତି ହାତୀପଲ, ଡିଏଫଓଙ୍କୁ ଚାଷୀଙ୍କ ଦାବି- ଉପଦ୍ରବ ରୋକ, କ୍ଷତିପୂରଣ ବି ଦିଅ

Published By : Prameya-News7 Bureau | November 08, 2021 IST

ଦେବଗଡ଼ ୦୮/୧୧: ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ ବଡଛାପଲ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବଢିବାରେ ଲାଗିଛି । ଅକ୍ଟୋବର ମାସ ୧୭ ତାରିଖ ଠାରୁ ପ୍ରାୟ ୪୦ଟି ହାତୀ ରହିଥିବା ଏକ ହାତୀପଲ ବଡଛାପଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାଧୁବାହାଳ, ବ୍ରହ୍ମା ସାଧୁବାହାଳ, କୁଟୁରାପଶି, ବାବୁରିକାନୀ, ଭୁଲୁକାବାହାଳ, ବଡଛାପଲ, ସୁବଣ୍ନପାଲି , ବିଛଣାପୁର ଆଦି ଗ୍ରାମରେ ବ୍ୟାପକ ଭାବରେ ଫସଲ ନଷ୍ଟ କରିଛନ୍ତି ।

ହାତୀମାନେ ସନ୍ଧ୍ୟା ହେଲେ ଧାନ ଜମିରେ ପଶି ଅମଳକ୍ଷମ ଧାନ ଫସଲ ଖାଇବା ସହ ମାଡିଦଳି ନଷ୍ଟ କରୁଥିବା ବେଳେ ସକାଳ ହେବାମାତ୍ରେ ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଚାଲିଯାଉଛନ୍ତି। ହାତୀଙ୍କ ଯୋଗୁଁ ଚଳିତ ବର୍ଷ ସଂପୃକ୍ତ ଅଞ୍ଚଳର ଚାଷୀ ନିଜ ଜମିରୁ ଧାନ ଅମଳ ଆଶା ଛାଡି ଦେଲେଣି । ଏନେଇ ସୋମବାର ସଂପୃକ୍ତ ଅଞ୍ଚଳର ଚାଷୀ ଓ ଜନସାଧାରଣ ଦେବଗଡ ଡିଏଫଓ ଙ୍କୁ ଭେଟି ହାତୀ ମାନଙ୍କୁ ଘଉଡାଇବା ପାଇଁ ତଥା ନଷ୍ଟ ହୋଇଥିବା ଫସଲର କ୍ଷତିପୂରଣ ପାଇଁ ଦାବି କରିଛନ୍ତି ।

ହାତୀମାନଙ୍କ ଯୋଗୁଁ ସେହି ଅଞ୍ଚଳରେ ଜନସାଧାରଣ ପଦାକୁ ବାହାରିବା ପାଇଁ ମଧ୍ୟ ସୁରକ୍ଷିତ ମନେ କରୁନାହାନ୍ତି । ତେଣୁ ଯଥା ସମ୍ଭବ ହାତୀମାନଙ୍କୁ ଘଞ୍ଚ ଜଙ୍ଗଲ ମଧ୍ୟକୁ ପାର କରିବାକୁ ଦାବୀ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.