ରାଣୀବାହାଲି ସଂରକ୍ଷିତ ଜଙ୍ଗଲରୁ ମାଈ ହାତୀର ମୃତ ଦେହ ଉଦ୍ଧାର, ହାତୀ ଦାନ୍ତ ଜବତ

Published By : Prameya-News7 Bureau | June 13, 2021 IST

କଳାହାଣ୍ଡି, ୧୩।୬: ରାଜ୍ୟରେ ଦିନକୁ ଦିନ ହାତୀ ମୃତ୍ୟୁ ବୃଦ୍ଧି ପାଇବାରେ ଲାଗିଛି l କେତେବେଳେ ଶିକାରୀ ମାନେ ହାତୀ ଦାନ୍ତ ପାଇଁ ହାତୀକୁ ମାରୁଥିବା ବେଳେ ଆଉ କେତେବେଳେ ଜୀବଜନ୍ତୁଙ୍କ ଶିକାର ପାଇଁ ବିଛା ଯାଇଥିବା କରେଣ୍ଟ ତାରରେ ଲାଗି ହାତୀର ଜୀବନ ଯାଉଛି l

ଥୁଆମୁଳ ରାମପୁର ରେଞ୍ଜ ରାଣୀବାହାଲି ସଂରକ୍ଷିତ ଜଙ୍ଗଲରୁ ଏକ ମାଈ ହାତୀର ମୃତ ଦେହ ଉଦ୍ଧାର ହୋଇଛି । ଗତ ୧୨ ତାରିଖରେ ହାତୀଟି ମରି ପଡ଼ିଥିବା ସୂଚନା ମିଳିଥିଲା। ଶବ ବ୍ୟବଚ୍ଛେଦ ବେଳେ ମାଈ ହାତୀର ଦାନ୍ତ କାଟି ନେଇଥିବା ଜଣାପଡିଛି। ମୃତକ ହାତୀର ବୟସ ୩0 ରୁ ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଏ ନେଇ ରାୟଗଡ଼ା ଓ କଳାହାଣ୍ଡି ବନବିଭାଗର ମିଳିତ ଚଢ଼ାଉରେ ସୁରୁମୁଣ୍ଡି ଗାଁ ର ଦାନ ମାଝୀଙ୍କ ଘରୁ ହାତୀଦାନ୍ତ ଜବତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.