ଘଟଗାଁ ବନାଞ୍ଚଳରେ ହାତୀ ଉପଦ୍ରବ

Published By : Prameya-News7 Bureau | August 21, 2018 IST

କେନ୍ଦୁଝର ୨୧/୮ : କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳ କାଳିମାଟି ଗାଁରେ ହାତୀ ଉପଦ୍ରବ । ଏକର ଏକର ଧାନ ଫସଲ ନଷ୍ଟ କରିବା ସହ ରାତିରେ ଜନବସତି ମୁହାଁ ହୋଇଛନ୍ତି ହାତୀ ପଲ । ଏହି ହାତୀପଲରେ ୨ଟି ଛୁଆ ହାତୀ ସହ ୧୨ଟି ହାତୀ ଥିବା ଜଣାପଡିଛି । ହାତୀ ଉତ୍ପାତ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ହାତୀଙ୍କୁ ଘଉଡାଇବା ପାଇଁ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.