Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||
  • ଲମତାପୁଟ : ଗଞ୍ଜେଇ ଚାଲାଣ ରୋକିବାକୁ କୋରାପୁଟ ପୋଲିସର ବଡ ପଦକ୍ଷେପ, ଆରମ୍ଭ ହେଲା ଅପରେସନ୍ ଗ୍ରୀନ୍ କ୍ଲିନ୍
  • ||

ମଣିଷର ଅମଣିଷ କାମ: ହାତୀ ଉପରେ ଫିଙ୍ଗିଲା ଜଳନ୍ତା ଟାୟାର, ଲାଖିଗଲା କାନରେ, ଚିକିତ୍ସା ବେଳେ ଚାଲିଗଲା ଜୀବନ

22/01/2021 at 8:33 PM

ଚେନ୍ନାଇ ୨୨।୦୧: ପୁଣି ଥରେ ମଣିଷର ଅମଣିଷ କାମ ସାମ୍ନାକୁ ଆସିଛି। ତାମିଲନାଡୁର ନୀଳଗିରିରେ ଏକ ହାତୀର ମୃତ୍ୟୁ ସମସ୍ତଙ୍କୁ ବ୍ୟଥିତ  କରିଛି। କେରଳରେ ଏକ ମା ହାତୀର ଯନ୍ତ୍ରଣାରେ ଛଟ ପଟ ମୃତ୍ୟୁ ଲୋକଙ୍କ ମନରୁ ନଲିଭୁଣୁ ତାମିଲନାଡୁର ଏହି ପରି ଆଉ ଏକ ଘଟଣା ସାମ୍ନାକୁ ଆସିଛି। କୁହାଯାଉଛି ଯେ କେହି ଜଣେ ଜଳନ୍ତା ଟାୟାରକୁ ହାତୀ ଉପରେ ଫିଙ୍ଗି ଦେଇଥିଲା ଯାହା ହାତୀ କାନରେ ଲାଖି ଯାଇଥିଲା। ଏଥିରେ ହାତୀ ଗୁରୁତର ଆହତ ହୋଇଥିଲା। କିଛି ଦିନ ପରେ ଚିକିତ୍ସା ସମୟରେ ହାତୀର ମୃତ୍ୟୁ ଘଟିଛି। ଏହି ଘଟଣାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।

ଏହି ପୂରା ଘଟଣା ନୀଳଗିରିର ମସିନାଗୁଡି ଅଞ୍ଚଳରେ ଘଟିଛି। କେହି ଜଣେ ଟାୟାରରେ ନିଆଁ ଲଗାଇ ୪୦ ବର୍ଷୀୟ ଏକ ହାତୀ ଉପରେ ଫିଙ୍ଗି ଦେଇଥିଲା। ଜଳୁଥିବା ଟାୟାର ହାତୀର କାନରେ ଫଶି ଯାଇଥିଲା। ଯନ୍ତ୍ରଣାରେ ଛଟପଟ ହାତୀଟି ଏଣେ ତେଣେ ଘୂରି ବୁଲିଥିଲା। ଏହି ସମୟରେ କାନର ଆଖପାଖର ଅଂଶ ଗୁରୁତର ଭାବେ ଜଳି ଯାଇଥିଲା। ଏହି ଘଟଣା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।

ଆହତ ଅବସ୍ଥାରେ ହାତୀକୁ ଦେଖି ଜଣେ ବନ କର୍ମଚାରୀ ଉପଚାର ପାଇଁ ମୁଦୁମଲାଇ ବ୍ୟାଘ୍ର ସଂରକ୍ଷଣକୁ ନେଇ ଯାଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ ଘଟିଛି। ଏହା ପରେ ହାତୀକୁ କ୍ରେନ୍ ଜରିଆରେ ଟ୍ରକ ଲଦି ଅନ୍ତିମ ସଂସ୍କାର ପାଇଁ ନିଆଯାଇଛି।

ହାତୀର ଅନ୍ତିମ ବିଦାୟର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ସମୟରେ ଜଣେ  ବନ କର୍ମଚାରୀ ଟ୍ରକରେ ପଡିଥିବା ହାତୀର ଶୁଣ୍ଢ ଧରି କାନ୍ଦୁଥିବା ଦେଖିବାକୁ ମିଳିଛି। ବନ କର୍ମଚାରୀଙ୍କ ଏହି ଭାବ ବିହ୍ଵଳ ଭିଡିଓ ସାମାଜିକ  ଗଣମାଧ୍ୟମରେ ସଭିଙ୍କୁ ଭାବୁକ କରିଛି।

   Related Posts