କରଞ୍ଜିଆରେ ବଣୁଆ ହାତୀକୁ ପିଟୁଛି ଯୁବକ : ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲା ,ଦେଖନ୍ତୁ ଭିଡିଓ
30/12/2019 at 3:59 PM

ମୟୁରଭଞ୍ଜ ୩୦/୧୨: ପୁଣି ହାତୀକୁ ଉତ୍ତେଜିତ କରିବାଭଳି ଆଉ ଗୋଟିଏ ଭିଡିଓ ଏବେ ମୋବାଇଲରେ ଭାଇରାଲ ହେବାରେ ଲାଗିଛି। କିଭଳି ଜଣେ ଲୋକ ହାତୀଟିକୁ ପଛପଟରୁ ପିଟିବା ମାତ୍ରେ ହିଁ ସଂଗେ ସଂଗେ ଉତକ୍ଷିପ୍ତ ହୋଇଯାଉଛି ହାତୀ।ପୁଣି ଦୌଡାଇ ଦୌଡାଇ ରାସ୍ତା ପାର କରିଦେଉଛି । ଅଳ୍ପକେ ହାତୀ ଆକ୍ରମଣରୁ ରକ୍ଷା ପାଇଛି ଗୋଟେ ଜୀବନ।

ତେବେ ଭାଇରାଲ ଭିଡିଓଟି ଗତ ସପ୍ତାହ ତଳର ଓ ଏହା କରଂଜିଆ ରେଞ୍ଜ ସୁକୃଳି ବ୍ଲକ ଅଞ୍ଚଳର ଅନୁମାନ କରାଯାଉଛି । ତେବେ ତିନିଦିନ ପୂର୍ବରୁ କରଂଜିଆ ବନଖଣ୍ଡ ଛାଡି ହାତୀପଲଟି ଏବେ କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅଞ୍ଚଳରେ ଡେରା ପକାଇ ଥିବା ସୂଚନା ମିଳିଛି।
Related Posts
ବଜାରରୁ ଫେରିବା ବେଳେ ଚାଲିଗଲା ଜୀବନ
24 January 2021
ଲୁଟେରାଙ୍କୁ କାବୁ କରି ନିର୍ଧୁମ ଛେଚିଲେ ସ୍ଥାନୀୟ ଲୋକେ
24 January 2021
ଝାରସୁଗୁଡା: ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ
24 January 2021
ମନ୍ତ୍ରୀଙ୍କ ବଡ ଘୋଷଣା: ଅଙ୍ଗନୱାଡି କର୍ମୀଙ୍କୁ ମିଳିବ ମୋବାଇଲ୍ ଫୋନ୍
24 January 2021