ହାତୀ ଦାନ୍ତ ଓ ହରିଣ ଶିଙ୍ଗ ଜବତ, ୨ ଅଟକ

Published By : Prameya-News7 Bureau | December 16, 2020 IST

ଯାଜପୁର ରୋଡ୍ ୧୬।୧୨: ଯାଜପୁର ଜିଲ୍ଲା ଯାଜପୁର ରୋଡ୍ ଥାନା ଭିକିପୁର ନିକଟ ସଂରକ୍ଷିତ ଜଙ୍ଗଲରୁ ଗୋଟିଏ ହାତୀ ଦାନ୍ତ, ୫ଟି ହରିଣ ଶିଙ୍ଗ ଓ ଗୋଟିଏ ଜୀବନ୍ତ ବହୁରୂପୀ ଏଣ୍ଡୁଅ ଜବତ କରିଛି ବନ ବିଭାଗ । ଏହା ସହିତ ଏହି ଘଟଣାରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି ।

{"id":378040,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ,  ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରୁ ହାତୀ ଦାନ୍ତ ଓ ହରିଣ ଶିଙ୍ଗ ଯାଜପୁର ଜିଲ୍ଲାକୁ ଚାଲାଣ କରାଯାଇଥିବା ବନବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା । ଏନେଇ ଅନୁସନ୍ଧାନ କରିବାରୁ ଭିକିପୁର ନିକଟ ସଂରକ୍ଷିତ ଜଙ୍ଗଲରେ ଏସବୁ କାରବାର ହେଉଥିବା ସୂଚନା ପାଇଥିଲା ବନ ବିଭାଗ । ପରେ ଯାଜପୁର ରୋଡ୍ ରେଞ୍ଜର ସଦଳବଳେ ଉକ୍ତ ସ୍ଥାନରେ ଚଢାଉ କରି ୫ଗୋଟି ହରିଣ ଶିଙ୍ଗ, ଗୋଟିଏ ହାତୀ କଳଦାନ୍ତ ଓ ଗୋଟିଏ ଜୀବନ୍ତ ବହୁରୂପୀ ଏଣ୍ଡୁଅ ଜବତ କରିଛନ୍ତି ।

{"id":378041,"sizeSlug":"large","linkDestination":"none"}

ଚଢାଉ ବେଳେ ଘଟଣାସ୍ଥଳରୁ ୨ ଜଣ ଅଭିଯୁକ୍ତ ବନ କର୍ମଚାରୀଙ୍କ ହାତରେ ଧରାପଡିଥିବା ବେଳେ ଅନ୍ୟ ୨ ମୁଖ୍ୟ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଯାଜପୁର ରୋଡ୍ ଏବଂ ଅନ୍ୟ ଜଣେ ବାଲେଶ୍ବର ଅଞ୍ଚଳର ବୋଲି ଜଣାପଡିଛି । ଏହି କାରବାରରେ କୌଣସି ଏକ ରାକେଟ୍ କାର୍ଯ୍ୟ କରୁଥିବା ସନ୍ଦେହ କରାଯାଇଛି । ଏହାକୁ ଠାବ କରିବା ପାଇଁ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.