Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ହାତୀ ଦାନ୍ତ ରାକେଟ୍‌ର ପର୍ଦ୍ଦାଫାଶ : ୨ଟି ଦାନ୍ତ ଜବତ, ଜଣେ ଗିରଫ

11/10/2021 at 5:57 PM

ଦେବଗଡ ୧୧।୧୦: ଦେବଗଡ ଜିଲ୍ଲା ପୋଲିସ ପକ୍ଷରୁ ଗଠିତ ସ୍ବତନ୍ତ୍ର ପୋଲିସ୍ ସ୍କ୍ବାଡ୍ ସୋମବାର ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ।  ଗିରଫ ବ୍ୟକ୍ତି ଜଣଙ୍କ ହେଲେ ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ରାଣୀଖିଣ୍ଡା ଗ୍ରାମର ସୁନୀଲ ପୋଢ। ସୁନୀଲ ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ ପ୍ରଭାଶୁଣୀ ଗ୍ରାମରେ ହାତୀ ଦାନ୍ତ ବିକ୍ରି ପାଇଁ ଯୋଜନା କରୁଥିବାବେଳେ ପୋଲିସ ଛଦ୍ମବେଶରେ ବ୍ୟବସାୟୀ ବେଶରେ ପହଞ୍ଚି ତାକୁ ହାତୀ ଦାନ୍ତ ସହ ଧରିଥିଲେ।

ହାତୀ ଦାନ୍ତ ଦୁଇଟିର ଓଜନ ଦୁଇ କେଜି ତିନି ଶହ ଗ୍ରାମ୍ ହୋଇଥିବା ବେଳେ ଏହାକୁ ୧୫ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ହାତୀ ଦାନ୍ତ ଜବତ ପରେ ଏହି ହାତୀକୁ କେଉଁ ଅଞ୍ଚଳରେ ହତ୍ୟା କରାଯାଇଥିଲା ? କିଏ ହତ୍ୟା କରିଥିଲା ? ଏହି ରାକେଟ ପଛରେ କାହାର ହାତ ରହିଛି ? ଏ ନେଇ ପୋଲିସ ତଦନ୍ତ କରୁଛି । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଦେବଗଡ ଏସପି ରାଜକିଶୋର ପାଇକରାୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ସୂଚନା ଦେଇଛନ୍ତି ।

   Related Posts