Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ମୁଣ୍ଡଳୀରେ ଫସିଥିବା ଦନ୍ତା ହାତୀର ମିଳୁନି ପତ୍ତା, ସେପଟେ ନିଖୋଜ ଓଡ୍ରାଫ୍ କର୍ମଚାରୀଙ୍କୁ ଖୋଜୁଛି NDRF ଟିମ୍

25/09/2021 at 12:13 PM

ଆଠଗଡ ୨୫।୯: ମୁଣ୍ଡଳୀ ବ୍ରିଜ୍ ନିକଟରେ ଫସିଥିବା ଦନ୍ତା ହାତୀକୁ ଉଦ୍ଧାର ବେଳେ ଓଡ୍ରାଫ୍ ବୋଟ୍ ଓଲଟି ଜଣଙ୍କ ଜୀବନ ଚାଲିଯାଇଛି । ଶୁକ୍ରବାର ଦିନ ତମାମ ହାତୀଟି ମୁଣ୍ଡଳି ବ୍ରିଜ୍ ନିକଟରେ ଫସି ରହିଥିବା ବେଳେ ରାତିରେ ବନ ବିଭାଗ ନିଆଁ ହୁଳା ଦେଖାଇ ହାତୀକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଥିଲା । ଜୀବନ ବଞ୍ଚାଇବା ପାଇଁ ମୁଣ୍ଡଳୀ ମହାନଦୀରେ ଦୀର୍ଘ ଘଣ୍ଟା ଜୀବନ ସହ ସଂଘର୍ଷ କରିବା ପରେ ହାତୀଟି ବ୍ରିଜ୍ ତଳକୁ ଭାସିଯାଇଥିଲା ।

ହାତୀଟିକୁ ନିଆଁ ହୁଳା ଦେଖାଇ କୂଳକୁ ଆଣିବାକୁ ବନ ବିଭାଗ ଚେଷ୍ଟା କରୁଥିବା ବେଳେ ହାତୀଟି ତଳକୁ ଖସି ଯାଇଥିବା । ଏ ନେଇ ଆଠଗଡ଼ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ହାତୀର କୌଣସି ପତ୍ତା ମିଳୁନଥିବା ବେଳେ ଏବେ ପ୍ରଶ୍ନ ଉଠୁଛି ହାତୀ ସୁରକ୍ଷିତ ଅଛି କି ନାହିଁ ?

ଅନ୍ୟପଟେ ଓଡ୍ରାଫ୍ ବୋଟ୍ ଓଲଟିବା ପରେ ନିଖୋଜ ଥିବା ଜଣେ ଓଡ୍ରାଫ୍ କର୍ମଚାରୀଙ୍କୁ ଖୋଜୁଛି ଏନଡିଆରଏଫ ଟିମ୍ । ୪ଟି ସ୍ଥାନରେ ଏନଡିଆରଏଫର ୮ଟି ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ମୁଣ୍ଡଳୀ ସମେତ ନରାଜ, ଯୋବ୍ରା, କାଠଯୋଡି ଆଦି ସ୍ଥାନରେ ସର୍ଚ୍ଚ ଅପରେସନ ଚାଲୁଥିବା ନେଇ ସୂଚନା ଦେଇଛନ୍ତି ଏନଡିଆରଏଫର କମାଣ୍ଡାଣ୍ଟ ବର୍ଦ୍ଧମାନ ମିଶ୍ର ।

   Related Posts