Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଜଙ୍ଗଲ ଭିତରେ ଅସୁରକ୍ଷିତ କୂଅରେ ପଡିଲେ ଦୁଇଟି ଦନ୍ତା, ବନ ବିଭାଗ ନିକଟରେ ନାହିଁ ଖବର

20/05/2021 at 3:00 PM

ଆଠଗଡ ୨୦।୫: ଜଙ୍ଗଲ ଭିତରେ ଅସୁରକ୍ଷିତ ବନ୍ୟଜନ୍ତୁ । ଜଙ୍ଗଲ ପାଖରେ ଥିବା କୂଅ ସବୁ ଅସୁରକ୍ଷିତ ଭାବରେ ଥିବା ଯୋଗୁଁ ବନ୍ୟଜନ୍ତୁମାନେ ସେଥିରେ ପଡ଼ି ଗୁରୁତର ଆହତ ହେଉଛନ୍ତି କିମ୍ବା ପ୍ରାଣ ହରାଉଛନ୍ତି । କିନ୍ତୁ ବନ ବିଭାଗ ପାଖରେ ଏହାର ସାମାନ୍ୟତମ ସୂଚନା ମଧ୍ୟ ରହୁନାହିଁ । ଗୁରୁବାର ଆଠଗଡ଼ ରେଞ୍ଜର ତିଗିରିଆ ବଳଦବନ୍ଧା ଜଙ୍ଗଲ ଭିତରେ ଥିବା ଏକ ଅସୁରକ୍ଷିତ କୂଅରେ ଦୁଇଟି ଦନ୍ତା ହାତୀ ପଡ଼ି ଯାଇଥିଲେ । ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀମାନଙ୍କ ପାଖରେ ଏ ଖବର ନ ଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ବାରା ହାତୀ ଦୁଇଟିକୁ  ଉଦ୍ଧାର କରିବାକୁ ଚେଷ୍ଟା କରାଯାଇଛି। ହାତୀ ସୁରକ୍ଷା ପାଇଁ ଆଠଗଡ଼ ବନବିଭାଗର ଏଭଳି ବେପରୁଆ ମନୋଭାବକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

   Related Posts