ନୀଳଗିରିରେ ଦନ୍ତା ଆତଙ୍କ; ହାତୀ ଭୟରେ ଗଛ ଉପରେ ଆଶ୍ରୟ ନେଇଛନ୍ତି ଲୋକ
23/09/2018 at 1:09 PM

ବାଲେଶ୍ବର ୨୩|୯: ନୀଳଗିରିରେ ଦନ୍ତା ଆତଙ୍କ । କୁଲଡିହା ଓ ଝାଡଖଣ୍ଡୀ ହାତ ପଲ କବଜାରେ ନୀଳଗିରିର ଅନେକ ଗାଁ । ହାତୀ ଭୟରେ ଗଛ ଉପରେ ଆଶ୍ରୟ ନେଇଛନ୍ତି ଲେ।କେ। ଗଛ ତଳେ ରୋଷେଇ କରୁଛନ୍ତି । ଦିନରେ ଚାଷ କାମ କରି ରାତିରେ ମଂଚା ଉପରେ ପିଲା ଛୁଆ ଧରି ବିଶ୍ରାମ ନେଉଛନ୍ତି । ଆଉ ପିଲାଛୁଆ ସ୍କୁଲକୁ ନଯାଇ ପରିବାର ଲୋକଙ୍କ ସହିତ ଧାନ ଫସଲ ଜଗୁଛନ୍ତି । ବନ ବିଭାଗକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ହାତୀ ଉପଦ୍ରବର ପ୍ରତିକାର ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି । ସେହିପରି ଗତ ବର୍ଷ କ୍ଷତିପୂରଣ ମଧ୍ୟ ଦିଆଯାଇନଥିବା ଅଭିଯୋଗ ହୋଇଛି । ଯେଉଁମାନଙ୍କ ଧାନ ଫସଲ କ୍ଷତି ହେ।ଇଛି ସେମାନଙ୍କ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି କ୍ଷତିପୂରଣ ଦିଆଯିବ କହିଛନ୍ତି ନୀଳଗିରି ରେଞ୍ଜର ।
Related Posts
ବଜାରରୁ ଫେରିବା ବେଳେ ଚାଲିଗଲା ଜୀବନ
24 January 2021
ଲୁଟେରାଙ୍କୁ କାବୁ କରି ନିର୍ଧୁମ ଛେଚିଲେ ସ୍ଥାନୀୟ ଲୋକେ
24 January 2021
ଝାରସୁଗୁଡା: ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ
24 January 2021
ମନ୍ତ୍ରୀଙ୍କ ବଡ ଘୋଷଣା: ଅଙ୍ଗନୱାଡି କର୍ମୀଙ୍କୁ ମିଳିବ ମୋବାଇଲ୍ ଫୋନ୍
24 January 2021