Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ପୁଣି ମାତିଲେ ଦନ୍ତାହାତୀ, ବନ କର୍ମଚାରୀଙ୍କ ଉପ​‌ରେ ରାଗ ସୁଝାଇଲେ ଉତ୍ତ୍ୟକ୍ତ ଲୋକେ

28/01/2021 at 10:11 PM

ଆଠଗଡ୨୮/୧: ପୁଣି ମାତିଲେ ଦନ୍ତାହାତୀ। ଆଠଗଡ ଅଞ୍ଚଳରେ ମଇଁଷିପଲଙ୍କୁ ଦନ୍ତା ହାତୀମାନେ ଆକ୍ରମଣ କରିଛନ୍ତି। ଯାହାଫଳରେ ୬ରୁ ଅଧିକ ମଇଁଷି ଗୁରୁତର ହୋଇଛନ୍ତି। ଆଠଗଡ ଗଉଡଝରି ତଳଗଡ ଗାଁରେ ଦନ୍ତାହାତୀଙ୍କ ଆତଙ୍କ ଅଧିକ ଦେଖିବାକୁ ମିଳିଛି। ଗତକାଲି ରାତିରେ ନିକଟସ୍ଥ ଜଙ୍ଗଲରୁ ଦନ୍ତାହାତୀ ଗାଁ ଭିତରେ ପଶି ବନ୍ଧା ହୋଇଥିବା ମଇଁଷି ପଲକୁ ଆକ୍ରମଣ କରିଥିଲା। ବନ ବିଭାଗର କର୍ମଚାରୀଙ୍କ ଅବହେଳା ଯୋଗୁଁ ହାତୀମାନଙ୍କ ଉପଦ୍ରବ ଦିନକୁ ଦିନ ବଢ଼ୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସେଥିପାଇଁ ଉତ୍ତ୍ୟକ୍ତ ଲୋକେ ୭ ଜଣ ବନ କର୍ମଚାରୀଙ୍କୁ ଘରେ ତାଲା ପକାଇ ଅଟକ ରଖିଥିଲେ। ଗୁରୁତର ମଇଁଷମାନଙ୍କ ଚିକିତ୍ସା ପରେ ଉତ୍ତ୍ୟକ୍ତ ଲୋକେ ବନ କର୍ମଚାରୀଙ୍କୁ ଛାଡି ଥିଲେ। ଏପରି କି କାର୍ଯ୍ୟରତ ରେଞ୍ଜରଙ୍କ ବଦଳରେ ଅନ୍ୟ ଜଣେ ଦକ୍ଷ ରେଞ୍ଜରଙ୍କୁ ପୋଷ୍ଟିଂ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

   Related Posts