ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ବାଇକକୁ ଟେକି ଫିଙ୍ଗିଦେଲା ଦନ୍ତା
4/03/2020 at 8:40 AM

କେନ୍ଦୁଝର ୪/୩: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜରେ ହାତୀ ଆତଙ୍କ । ସ୍ଥାନୀୟ ବନବିହାରୀପୁର ଗାଁରେ ହାତୀ ଉପଦ୍ରବ ଚଳାଇଛନ୍ତି ।ପାଚେରୀ ଭାଙ୍ଗି କଦଳୀ ଗଛ ଖାଇବା ସହ ବାଇଗଣ ଚାଷ ନଷ୍ଟ କରିଦେଇଛନ୍ତି ହାତୀପଲ । କେବଳ ସେତିକି ନୁହେଁ ବାଇକ ଓ ସ୍କୁଟିକୁ ଟେକି ଫିଙ୍ଗିଦେଇଛି ଦନ୍ତା ।

ଘର ବାରଣ୍ଡାରେ ମଣ୍ଡିରେ ବିକ୍ରି ପାଇଁ ରଖା ଯାଇଥିବା ଧାନ ବସ୍ତାକୁ ଟାଣି ଖାଇଯାଇଛନ୍ତି । ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକେ । ସଂଧ୍ୟା ହେଲେ ଲୋକେ ଘରୁ ବାହାରକୁ ବାହାରିବାକୁ ଡରୁଛନ୍ତି । ସେପଟେ ବନବିଭାଗ ହାତୀ ଘଉଡାଇବା ତ ଦ୍ବରର କଥା ହାତୀପଲଙ୍କ ଗତିବିଧି ଉପରେ ନଜର ରଖୁ ନଥିବା ଲୋକେ ଅଭିଯୋଗ କରିଛନ୍ତି।

Related Posts
୩ ବଖରା ଘର ସହ ଜିଅଁନ୍ତା ଜଳିଗଲା ଗର୍ଭଣୀ ଗାଈ
26 February 2021
IPL ବେଟିଂ କରୁଥିବା ବୁକି ଗିରଫ : ୭୨ଲକ୍ଷ ଟଙ୍କାର ଆକାଉଣ୍ଟ ସିଜ୍
26 February 2021