Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ହାତୀ ଆତଙ୍କ : ମଞ୍ଚାକୁ ଭାଙ୍ଗି ଖଳାରେ ଥିବା ଧାନ ଖାଇଗଲେ ୫ଟିକିଆ ହାତୀପଲ

6/01/2020 at 10:02 AM

କେନ୍ଦୁଝର ୬/୧: ତେଲକୋଇ ବନାଞ୍ଚଳ ଅଧିନସ୍ଥ ଖୁଣ୍ଟାପଡା ଗାଁରେ ହାତୀ ଉପଦ୍ରବ । ୫ଟିକିଆ ହାତୀପଲ ଗାଁରେ ପଶି ଖଳାରେ ଥିବା ଧାନ ଖାଇ ଯାଇଛନ୍ତି ।  ଏଥିସହ ଧାନ ଜଗିବା ପାଇଁ ଥିବା ମଞ୍ଚାକୁ ଭାଙ୍ଗି ଦେଇଛନ୍ତି ହାତୀପଲ ।ମଞ୍ଚାରେ ଶୋଇଥିବା ଚାଷୀ ମଦନ ସାହୁ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ସେହିଭଳି ଗାଁର ଅନେକ ଲୋକଙ୍କର ପ୍ରାୟ ୩୦ ବସ୍ତା ଧାନ ମଧ୍ୟ ଖାଇଯାଇଛନ୍ତି । ତା ସହିତ କଦଳୀ ଗଛ ଓ ନଢିଆ ଗଛକୁ ମଧ୍ୟ ନଷ୍ଟ କରିଛନ୍ତି । ସେପଟେ ବନବିହାରୀପୁର ଓ କନ୍ତଲେଇ ଗାଁରେ ମଧ୍ୟ ସମାନ ଅବସ୍ଥା ।ସେଠାରେ କୋବି ଫସଲ ନଷ୍ଟ କରିବା ସହ ଘର ଭିତରୁ ଧାନ ବସ୍ତା ଟାଣି ଖାଇଯାଇଛନ୍ତି ହାତୀପଲ । ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ବିଲରୁ ଧାନ ଅମଳ ସରିଯାଇଥିବାରୁ ଖାଦ୍ୟ ଅନ୍ବେଷଣରେ ହାତୀପଲ ଗାଁ ମୁହାଁ ହୋଇଥିବା ଲୋକେ କହୁଛନ୍ତି ।

   Related Posts