ପାଚିଲା ଧାନ ବିଲରେ ଦନ୍ତାହାତୀର ଉପଦ୍ରବ

Published By : Prameya-News7 Bureau | December 01, 2019 IST

ନୀଳଗିରି ୧/୧୨: ନୀଳଗିରି ବ୍ଲକ ଅଧିନସ୍ଥ ଅଯୋଧ୍ୟା ନକୁଳକର ଗ୍ରାମରେ ଦନ୍ତା ହାତୀ ଉପଦ୍ରବ ଚଳାଇଛି। ସେହି ଅଂଚଳରେ ପାଚିଲା ଧାନ କିଆରୀକୁ ଏକ ଦନ୍ତା ଖସି ଆସି ପାଚିଲା ଧାନ ଖାଉଛି।ଲୋକେ ହାତୀକୁ ଦେଖି ବିଲରୁ ଧାନ କଟା ଛାଡ଼ିଦେଇ ଏବେ ଧାନ କଟା ବନ୍ଦ କରିଛନ୍ତି।

ତେବେ ବର୍ତ୍ତମାନ ସୁଦ୍ଧା ବନବିଭାଗ ପହଂଚି ନାହାନ୍ତି। ତେବେ ହାତୀଟି ଝାଡ଼ଖଣ୍ଡ ହାତୀ ନା କୁଲଡ଼ିହା ହାତୀ ଏନେଇ ସ୍ପଷ୍ଟ ହୋଇପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.