ଚୌଦ୍ବାରରେ ହାତୀ ଉପଦ୍ରବ : ବ୍ୟାପକ ଫସଲ ନଷ୍ଟ
3/11/2019 at 2:57 PM

ଚୌଦ୍ବାର ୩।୧୧: କଟକ ବନଖଣ୍ଡ ଅଧୀନରେ ଥିବା ଡାଲିଜୋଡା ରେଞ୍ଜ ହରିପୁର ଗ୍ରାମରେ ହାତୀ ଙ୍କ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ ହୋଇଥିବାର ଦେଖିବାକୁ ମିଳିଛି ।କପିଳାଶ ଜଙ୍ଗଲ ରୁ ଆସିଥିବା ପ୍ରାୟ 30 ଘରିଆ ହାତୀପଲ ହରିପୁର ଗ୍ରାମନିକଟରେ ଥିବା ଚାଷ ଜମିରେ ପଶି ପାଚିଲା ଧାନ ଫସଲ କୁ ଦଳି ଚକଟି ନଷ୍ଟ କରିଛନ୍ତି। ଅନେକ ପାଚିଲା ଧାନ ଫସଲକୁ ମଧ୍ୟ ଖାଇ ଦେଇଥିବାର ଦେଖିବାକୁ ମିଳିଛି ।

ଚାଷୀ ମାନେ ମଂଚ କରି ହାତୀ ମାନଙ୍କୁ ଜଗୁଥିଲେ ମଧ୍ୟ ଏତେ ସଂଖ୍ୟାକ ହାତୀ ଆସିଥିବାରୁ ସେମାନଙ୍କୁ ଘଉଡ଼ାଇ ପାରିନଥିଲେ । ଶେଷରେ ଗ୍ରାମବାସୀମାନେ ବନ ବିଭାଗକୁ ଖବର ଦେଇଥିଲେ ମଧ୍ୟ କେହି ଆସିନଥିଲେ। ଯାହାକୁ ନେଇ ଚାଷୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ବିଗତ କିଛି ବର୍ଷ ହେଲା ହାତୀମାନେ ଏଭଳି ଫସଲ ନଷ୍ଟ କରୁଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ଠୋସ ପଦକ୍ଷେପ ନିଆ ଯାଉନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏହି ପ୍ରସଙ୍ଗରେ ବନ ବିଭାଗ ଅଧିକାରୀଙ୍କ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଏହାକୁ ଆଡେଇ ଦେଇଥିଲେ।