Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

କେନ୍ଦୁଝର ଚମ୍ପୁଆ ରେଞ୍ଜରେ ହାତୀ ଆତଙ୍କ : ପଦ୍ମପୁର ଗାଁରେ ପଶିଲେ ୧୮ ଟିକିଆ ହାତୀପଲ

23/06/2019 at 10:44 AM

କେନ୍ଦୁଝର ୨୩/୬: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ପଦ୍ମପୁର ଗାଁରେ ପଶିଲେ ହାତୀପଲ ।  ଭୋରରୁ ହାତୀ ପଲ ଗାଁରେ ପଶି ଯାଇଥିବା ବେଳେ ଲୋକେ ଭୟଭୀତ ହୋଇପଡିଛନ୍ତି । ହାତୀ ପଲରେ ୧୮ଟି ହାତୀ ଅଛନ୍ତି । ଗତକାଲି ରରୁଆଁ ଗୋଡାରେ ହାତୀପଲ  ଧାନ ଫସଲ ଦଳିକୁଦି ନଷ୍ଟ କରିବା ସହ ଅମଳ ହୋଇ ଥିବା ଧାନ ବିଡା ଖାଇ ନଷ୍ଟ କରି ଦେଇଛନ୍ତି ।

ଆଜି ଏହି ହାତୀ ପଲ ପଦ୍ମପୁର ଗାଁରେ ଧସେଇ ପଶିଛନ୍ତି ।  ହାତୀ ପଲଙ୍କୁ ବନ ବିଭାଗ ପହଞ୍ଚି ଗାଁରୁ ଘଉଡାଇଛି । ହାତୀ ପଲ  ଏବେ ବୈତରଣୀ ନଦୀ ପାର ହୋଇ ମୟୁରଭଞ୍ଜ ଜିଲ୍ଲା ସିଙ୍ଗିଡା ନିକଟ ହଳଦିଆ ନିକଟରେ ଥିବା ଜଣା ପଡ଼ିଛି ।

   Related Posts