୩କେଜି ୩୫୦ ଗ୍ରାମର ହାତୀ ଦାନ୍ତ ଜବତ, ଚୋରାଚାଲାଣ ବେଳେ ଧରିଲା ଏସଟିଏଫ, ଜଣେ ଅଟକ

Published By : Prameya-News7 Bureau | November 14, 2021 IST

ପଦ୍ମପୁର, ୧୪/୨୧: ପଦ୍ମପୁର ବନଖଣ୍ଡ କେନ୍ଦୁଭଟା ଛକ ନିକଟରୁ ହାତୀ ଦାନ୍ତ ଚୋରା ଚାଲାଣ ସମୟରେ ଜବତ ହୋଇଛି । ପଦ୍ମପୁର ବନଖଣ୍ଡ କେନ୍ଦୁଭଟା ଛକଠାରେ, ଲରମ୍ଭା ଥାନା ଅଞ୍ଚଳର ରମେଶ ପ୍ରଧାନ ନାମକ ଜଣେ ଲୋକ ହାତୀ ଦାନ୍ତ ଚୋରା ଚାଲାଣ କରୁଥିବା ଖବର ପାଇ ଏସଟିଏଫ ଓ ବନ ବିଭାଗ ଚଢ଼ାଉ କରିଥିଲେ । ଉକ୍ତ ବ୍ୟକ୍ତି ଠାରୁ ଜବତ ହାତୀ ଦାନ୍ତର ଓଜନ ୩ କେଜି ୩୫୦ ଗ୍ରାମ । ସେ ବଲାଙ୍ଗୀର ପଟରୁ ଚୋରା ଚାଲାଣ କରୁଥିବା ଜଣାପଡିଛି। ଏନେଇ ବନ ବିଭାଗ  ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.