ବାଙ୍କୀରେ ମାଈ ହାତୀ ଅସୁସ୍ଥ, ହରପିସ୍ ଭାଇରସ୍‌ରେ ଆକ୍ରାନ୍ତ ସନ୍ଦେହ

Published By : Prameya-News7 Bureau | September 26, 2019 IST

ବାଙ୍କୀ ୨୬।୯: ଜଙ୍ଗଲ ଭିତରକୁ ପଶିଲା ନନ୍ଦନକାନନର ହରପିସ୍ ଭାଇରସ୍ । ବାଙ୍କୀ ବାଆଁରା ଗାଁ ନିକଟସ୍ଥ ଡମପଡା ଚନ୍ଦକା ଅଭୟାରଣ୍ୟରୁ ଖସି ପଳାଇ ଆସିଥିବା ଏକ ମାଈ ହାତୀ ଅସୁସ୍ଥ ହୋଇ ପଡିଛି । ହାତୀ ଅସୁସ୍ଥତାର କାରଣ ଜଣାପଡିନଥିବା ବେଳେ ହାତୀଟି ହରପିସ୍ ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି ।

ଘଟଣାସ୍ଥଳରେ ହରପିସ୍ ଭାଇରସ୍ ବିଶେଷଜ୍ଞ ଡାକ୍ତର ଗୌରାଙ୍ଗ ମହାନ୍ତ ଓ ଓୟୁଏଟି ମେଡିସିନ ବିଭାଗ ପ୍ରଫେସର ନିରଞ୍ଜନ ସାହୁ ପହଞ୍ଚିଛନ୍ତି । ୨ଟି ଟିମ୍‌ରେ ୭ଜଣିଆ ମେଡିକାଲ ଟିମ୍ ଅସୁସ୍ଥ ହାତୀର ଚିକିତ୍ସା କରୁଛନ୍ତି । ଡମପଡା ବନବିଭାଗ ମଧ୍ୟ ଅଛନ୍ତି । ହାତୀର ରକ୍ତନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ । ହରପିସ୍ ଭାଇରସ୍ ଆକ୍ରାନ୍ତରେ ନନ୍ଦନକାନନରେ ୪ଟି ହାତୀ ପ୍ରାଣ ହରାଇ ସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.