ବନ୍ଧୁତ୍ୱର ଭାଷା ଗଜରାଜଙ୍କଠୁ ଶିଖ : ‘ଖଣ୍ଡି’କୁ ଖୋଜୁଛି ‘ରାମୁ’, କରୁଛି ଗର୍ଜନ

Published By : Prameya-News7 Bureau | November 09, 2020 IST

ଭୁବନେଶ୍ୱର ୦୯।୧୧: ବନ୍ଧୁତ୍ୱର ଭାଷା ବି ଗଜରାଜଙ୍କଠୁ ଶିଖିବା ଦରକାର । ପଶୁ ହେଲେ ବି ସେମାନେ ବନ୍ଧୁତାର ମହତ୍ୱ ବୁଝିଥାନ୍ତି । ଜଣେ ସାଥୀ ଆଉ ଜଣଙ୍କ ପାଇଁ କିପରି ଅବସ୍ଥାରେ ଜୀବନ କାଟୁଛି । କିପରି ତାକୁ ଝୁରୁଛି, ତାହା ମଧ୍ୟ ପଶୁମାନଙ୍କ ଠାରୁ ଶିଖିବା ଦରକାର । ‘ରାମୁ’ ଓ ‘ଖଣ୍ଡି’ । ଭରତପୁର ଜଙ୍ଗଲରେ ଦୀର୍ଘ ବର୍ଷ ଧରି ୨ହାତୀ ଆଡ୍ଡା ଜମାଇଥିଲେ । ୨ଗଜରାଜଙ୍କ ମଧ୍ୟରେ ସମ୍ପର୍କରେ ଅତି ନିବିଡ ଥିଲା । କେହି କାହାକୁ କ୍ଷଣେ ଟେ ନଦେଖିଲେ ରହିପାରୁନଥିଲେ । କିନ୍ତୁ ଏବେ ‘ରାମୁ’ ‘ଖଣ୍ଡି’କୁ ୯ମାସ ହେଲା ଖୋଜୁଛି । ଭରତପୁର ଜଙ୍ଗଲରୁ ବାହାରି ଖୋଜୁଛି । ‘ଖଣ୍ଡି’କୁ ନପାଇ ରାମୁ ଖାଲି ଗର୍ଜନ କରୁଛି । ‘ରାମୁ’ଗର୍ଜନରେ ଭରତପୁରର ଆଖପାଖ ଗାଁ ଲୋକେ ଛାନିଆ ହେଉଛନ୍ତି ।

ତେବେ ମିଳିଥିବା ଖବର ଅନୁଯାୟୀ, ଦନ୍ତା ‘ରାମୁ’ ଚନ୍ଦକା ଜଙ୍ଗଲରୁ ଆସି ୯ମାସହେଲା ଭରତପୁର ଜଙ୍ଗଲରେ ବୁଲୁଛି । ଏହାପରେ ‘ଖଣ୍ଡି’ ମଧ୍ୟରେ ଭରତପୁର ଜଙ୍ଗଲକୁ ଆସିଥିଲା । ଉଭୟଙ୍କ ମଧ୍ୟରେ ପ୍ରଥମେ ପଡୁନଥିଲା, ପରେ ସମୟ ଗଡିବା ସହ ସେମାନଙ୍କ ମଧ୍ୟରେ ବନ୍ଧୁତା ହୋଇଯାଇଥିଲା । ଦନ୍ତା ରାମୁ ଶାନ୍ତ ସ୍ୱଭାବର ହୋଇଥିବା ବେଳେ ଖଣ୍ଡି ଥିଲା ଅତି ଦୁର୍ଦ୍ଦାନ୍ତ । ଏକାଠି ଉଭୟ ହାତୀ ବୁଲାବୁଲି କରିବା ସହ ଜଳକ୍ରୀଡା ମଧ୍ୟର କରୁଥିବାର ଦେଖିବାକୁ ମିଳିଥିଲା । ଉଭୟ ରେଣ୍ଟାଲ କଲୋନୀ ଓ ଷ୍ଟୁଡିଓ ଛକ ରାସ୍ତା କଡ଼ରେ ଥିବା ଗଡ଼ିଆରେ ଜଳକ୍ରୀଡ଼ା କରୁଥିବା ଦୃଶ୍ୟ ରାଜଧାନୀବାସୀ ଦେଖି ବେଶ୍‌ ମଜ୍ଜା ଉଠାଉଥିଲେ। ଏମାନଙ୍କ ଯୋଡ଼ି ଦେଖି ବନ କର୍ମଚାରୀ ମାନେ ବେଶ୍‌ ଖୁସି ହେଉଥିଲେ। କିନ୍ତୁ ଏତେ ଭଲ ବନ୍ଧୁତା ଆସିଯାଇଥିଲା ବିଚ୍ଛେଦର ସମୟ ।

ହଠାତ୍ ଆଜକୁ ପ୍ରାୟ ୯ମାସ ତଳେ ଖଣ୍ଡି ଖାଦ୍ୟ ଖୋଜା ବାହାନରରେ ଭରତପୁରରୁ ଚନ୍ଦକା ଆସିଥିଲା । ସମୟ ଗଡିବା ସହ ଦିନ ମଧ୍ୟ ଗଡିଚାଲିଲା । କିନ୍ତୁ ସେପଟେ ଖଣ୍ଡ ଖୋର୍ଦ୍ଧା ମୁହାଁ ହୋଇଥିଲା । ତେବେ ଜଙ୍କିଆ ଅଞ୍ଚଳରେ ବିଷାକ୍ତ ଖାଦ୍ୟ କାଇ ୮ମାସ ତଳେ ତାର ମୃତ୍ୟୁ ହୋଇଯାଇଛି । ବହୁ ଦିନ ଧରି ଖଣ୍ଡିକୁ ନପାଇବାରୁ ରାମ ଖୋର୍ଦ୍ଧା ଅଭିମୁଖେ ଯାଇଥିଲା । ସେଠାରେ ୩ ମାସ ଧରି ଖଣ୍ଡି ଖୋଜିଲା, କିନ୍ତୁ କୌଣସି ପତ୍ତାମିଳିନଥିଲା । ଏହାପରେ ସେ ନିରାଶ ହୋଇ ଭରତପୁର ଫେରିଆସିଥିଲା । ଏବେ ସେ ତା ସାଥୀକୁ ଝୁରୁଛି । ଜଙ୍ଗଲରେ କେବଳ ଗର୍ଜନ କରୁଛି ।

ସେହିପରି କିଛି ଦିନ ତଳେ ଆଠଗଡ଼ ଦେଇ ଚନ୍ଦକା ଜଙ୍ଗଲରୁ ୧୪ ଟିକିଆ ହାତୀପଲ ଭରତପୁର ଜଙ୍ଗଲରେ ପ୍ରବେଶ କରିଛନ୍ତି । ଏହି ୧୪ଟିକିଆ ହାତୀପଲରେ ୩ଟି ବଡ଼ ଦନ୍ତା ରହିଛନ୍ତି । ଭରତପୁରରୁ ଏହା ହାତୀକୁ ତଡି ପାରୁନି ରାମୁ । ମନେ ମନେ ଖଣ୍ଡିକୁ ଖୋଜୁଛି । ଖଣ୍ଡି ଆସିଗଲେ ଏହି ହାତୀପଲକୁ ଭରତପୁରରୁ ତଡ଼ିବ ବୋଲି ଚିନ୍ତା କରୁଛି । ଖଣ୍ଡିକୁ ନପାଇ ଆଖପାଖ ଗାଁରେ ଆତଙ୍କ ଖେଳାଇଛି । ଲୋକଙ୍କ ପାଚେରୀ ଭାଙ୍ଗି ବାଡ଼ି ବଗିଚାରେ ପଶି ଗଛପତ୍ର ସବୁ ନଷ୍ଟ କରିଦେଉଛି ।

ତେବେ ରବିବାର ସଂଧ୍ୟାରେ ରାମୁ ଜାତୀୟ ରାଜପଥ ୧୬ରେ ଅତିକ୍ରମ କରି ଖୋର୍ଦ୍ଧା ସହରମୁହାଁ ହୋଇଛି । ରାମୁକୁ ଛାଡି ଭରତପୁରରେ ଆଉ ୧୧ଟି ହାତୀ ଅଛନ୍ତି । ଆଉ ୩ଟି ଚନ୍ଦକା ପଳାଇଛନ୍ତି ।  ୧୧ ହାତୀ ମଧ୍ୟରେ ୩ଟି ଛୁଆ, ୪ଟି ମାଈ, ୩ଟି ଦନ୍ତା ଓ ଏକ ମାକେନା ଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.