ଗଜରାଜର ମୃତ୍ୟୁ : ୫ ରାଉଣ୍ଡ ଗୁଳି ହତ୍ୟା କରିଛନ୍ତି ଦୁର୍ବୁର୍ତ୍ତ

Published By : Prameya-News7 Bureau | December 16, 2018 IST

ଗଂଜାମ ୧୬/୧୨ : ପୁଣି ଏକ ଗଜରାଜର ମୃତ୍ୟୁ। ଗୁଳି କରି ହତ୍ୟାକଲେ ଏକ ଦନ୍ତା। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନାଞ୍ଚଳର ନିମଖଣ୍ଡି ପେଣ୍ଠ ବିଲରୁ ଦନ୍ତାରମୃତଦେହ ଠାବ ହୋଇଛି। ହାତୀଟିକୁ ୫ ରାଉଣ୍ଡ ଗୁଳି ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ସେପଟେ ପୁରୀ ଜିଲ୍ଲା କଣାସ ମଣିଜିପୁର ଗହୀରରେ ଆତଙ୍କ ଚଲାଇଛନ୍ତି୨୦ରୁ ୨୪ଟି ହାତୀ ।...   

ରକ୍ତ ଜୁଡୁବୁଡୁ ହୋଇ ବିଲମଝିରେ ପଡ଼ିଛି ଦନ୍ତା। ୫ଟି ସ୍ଥାନରୁ ଝରୁଛି ରକ୍ତ।... ଗତରାତିରେ ଦୁର୍ବୃତ୍ତ ଗୁଳି କରିହତ୍ୟା କରିଛନ୍ତି ଏହି ହାତୀଟିକୁ । ଗତ କିଛି ଦିନ ହେଲା ୮ ଟିକିଆ ହାତୀ ପଲ ଗଞ୍ଜାମ ଦିଗପହଣ୍ଡି ବନାଞ୍ଚଳର ନିମଖଣ୍ଡି ଅଞ୍ଚଳକୁ ଚାଲିଆସିଥିଲେ । ଗତରାତିରେହାତୀପଲ ଏ ଅଞ୍ଚଳରେ ଥିଲେ। ହେଲେ ଆଜି ସକାଳେ ଏଠାରେ ଏକ ଦନ୍ତା ମରି ପଡ଼ିଥିବା ସ୍ଥାନୀୟ ଲୋକେଦେଖିବାକୁ ପାଇଥିଲେ । ... 

{"id":64348,"width":592,"height":335}

ମୃତ ହାତୀର ୫ଟି ସ୍ଥାନରେ କ୍ଷତଚିହ୍ନ ରହିଛି। ସେଠାକୁ ପ୍ରବଳ ରକ୍ତସ୍ରାବ ହୋଇଛି। ବ୍ରହ୍ମପୁର ଡିଏଫ୍ଓଙ୍କ ସମେତ ବନବିଭାଗ ଅଧିକାରୀ, ପୋଲିସ ଓ ପ୍ରାଣୀ ଚିକିତ୍ସକ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି।...

ଏପଟେ ପୁରୀ ଜିଲ୍ଲା କଣାସ ବ୍ଲକ ମଣିଜିପୁର ଗହୀରରେ ୨୦ରୁ ୨୫ ହାତୀଙ୍କ ଉପଦ୍ରବ ଜାରି ରହିଛି। ନୂଆ ଜଗନ୍ନାଥ ସଡ଼କ ଠାରୁ ମାତ୍ର ୨୦୦ମିଟର ଦୂରରେ ହାତୀ ପଲ ରହିଛନ୍ତି । ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ହାତୀ ଘଉଡ଼ାଇବା ପାଇଁ ଉଦ୍ୟମ ଚଳାଇଛନ୍ତି ।...

wp:core-embed/youtube {"url":"https://www.youtube.com/watch?v=WGlImu0LwII","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=WGlImu0LwII
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.