Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

କରଞ୍ଜିଆ ଅଞ୍ଚଳରେ ହାତୀ ଆତଙ୍କ ; ଲୋକେ ଭୟଭୀତ

6/08/2018 at 7:11 AM

କରଞ୍ଜିଆ ଅଞ୍ଚଳରେ ପୁଣି ହାତୀ ପଲଙ୍କ ଆତଙ୍କ ଦେଖିବାକୁ ମିଳିଛି । କରଞ୍ଜିଆ ବନଖଣ୍ଡ ଅଞ୍ଚଳର ୩ଟି ଗାଁ କଙ୍କଡା, ଟାଇଁସିରା ଓ କାଠ କରଞ୍ଜିଆରେ ହାତୀ ଉପଦ୍ରବ ଯୋଗୁ ଲୋକମାନେ ଭୟଭୀତ ହୋଇଛନ୍ତି । ହାତୀ ଆକ୍ରମଣରେ ଟାଇଁସିରା ଗାଁର ଜ୍ୟୋତିରେଖା ମହାନ୍ତ ଗୁରୁତର ହୋଇଛନ୍ତି ।ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ହାତୀ ପଲ ବନଖଣ୍ଡ ଅଞ୍ଚଳରେ ୧୦ରୁ ଅଧିକ ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇ ନଷ୍ଟ କରିଦେଇଛନ୍ତି । ଦୀର୍ଘଦିନ ଧରି ସ୍ଥାନୀୟ ଅଞ୍ଚଳରେ ୧୦ ଟିକିଆ ହାତୀ ପଲ ଏଭଳି ଉତ୍ପାତ ଚଳାଇ ଥିବା ବେଳେ ବନ ବିଭାଗର ଉଦାସୀନତା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

   Related Posts