କଳାହାଣ୍ଡି ମୁଖିଗୁଡାରେ ହାତୀ ଉପଦ୍ରବ

Published By : Prameya-News7 Bureau | August 02, 2018 IST

କଳାହାଣ୍ଡି ଜିଲ୍ଲା ମୁଖିଗୁଡା ଅଂଚଳରେ ହାତୀ ଉପଦ୍ରବ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଜୟପାଟଣା ବ୍ଲକ ମୁଖିଗୁଡା ପଂଚାୟତ ଅନ୍ତ୍ରଗତ ନାଗୁପଡା ଗାଁରେ ଗତ ଦୁଇଦିନ ଧରି ଜଙ୍ଗଲି ହାତୀ ଆସି ଅଂଚଳର ଶତାଧିକ ଏକର ଧାନ ଚାଷ ନଷ୍ଟ ହୋଇଥିବା ଆଭିଯୋଗ ହୋଇଛି । ଆଜି ଜଙ୍ଗଲ ବିଭାଗ କର୍ମଚାରୀ ମାନେ ସେଠାରେ ପହଂଚି ଏବଂ କ୍ଷୟକ୍ଷତିର ଆକଳନ କରିଛନ୍ତି । ଗାଁରେ ଜଳ ରାଉତ,ଜବର ମାଝି,ଗଣେଶ ମାଝି,ସାରାଇ ମାଝି ଏବଂ ନିର୍ମଳ ବିଶିଙ୍କ ଜମିରେ ବହୁ ଧାନ ତଳି ଓ ଚାଷ ନଷ୍ଟ ହୋଇଥିବା ଆଭିଯୋଗ ପରେ ବନବିଭାଗ ଗାଁ କୁ ପହଂଚିଛି । ହଲେ ହାତୀ ଘଡାଇବାକୁ କୌଣସି ଉଦ୍ୟମ କରାଯାଉ ନ ଥିବା ଗ୍ରାମବାସୀ ଆଭିଯୋଗ କରୁଛନ୍ତି । ହଲେ ଫସଲ କ୍ଷତି ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ବନ ବିଭାଗ ତରଫରୁ କୁହାଯାଇଛି । ସେହିପରି ମଦନପୁର-ରାମପୁର ରେଞ ଟାପରାଗଂ ସଂରକ୍ଷିତ ଜଗଂଲ ବାଜାମୁଣ୍ଡା ଗାଁ ନିକଟ ରେ ଆସୁସ୍ଥ ମାଇଁ ହାତୀ କୁ ବନ ବିଭାଗ ଚିକତ୍ସା ଯୋଗାଇ ଦେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.